Updated: Jan 15, 2024, 10:53 IST

ବିଚ୍ ରାସ୍ତାରେ ସ୍ତ୍ରୀ ବେକରେ ଛୁରୀ ରଖି କରିଦେଲେ ଏମିତି ଦେଖନ୍ତୁ ଏହି ଦୃଶ୍ୟ ହଠାତ୍ କଣ ହେଲା

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଲୋକମାନେ ସୁନା ରୂପା ଆଦି ଅଳଙ୍କାର ପିନ୍ଧିବାକୁ ଭୟ କରୁଛନ୍ତି ଆଉ ଏହାର କାରଣ ହେଉଛି ଚୋରି ହେବାର ଭୟ । ଆଜିକା ଦୁନିଆରେ ଚୋର ମାନଙ୍କର ପ୍ରାଦୁର୍ଭାବ ମଧ୍ୟ ବଢିବାରେ ଲାଗିଛି ।
Special Report
ଏବେ ଜଣେ ବ୍ୟକ୍ତି ଏହି ବିଷୟରେ କିଛି କଥା କହିଛନ୍ତି । ଜନଗହଳି ପୂର୍ଣ୍ଣ ସ୍ଥାନରେ ଅଧିକ ଚୋରି ହେଉଛି ବୋଲି ଜଣାପଡିଛି । ଏହି ବ୍ୟକ୍ତି ଜଣକ ବାଇକରେ ଯାଉଥିଲେ ଆଉ ସାଙ୍ଗରେ ଥିଲେ ତାଙ୍କର ସ୍ତ୍ରୀ ।
ଆଉ ସ୍ବାମୀ ସ୍ତ୍ରୀ ଗାଡ଼ିରେ ଯାଉଥିବା ବେଳେ ତାଙ୍କ ପଛରେ ନାଲି ରଙ୍ଗର ଆପାଚି ଗାଡ଼ିରେ କିଛି ବ୍ୟକ୍ତି ଆସିଲେ । ଏହି ବ୍ୟକ୍ତିମାନେ ଚୋର ଥିଲେ । ସେମାନେ ଏହି ବ୍ୟକ୍ତି ଜଣଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ । ଆଉ ତାଙ୍କ ପାଖରେ ଥିବା ସୁନାକୁ ଦେବାକୁ କହିଥିଲେ ।
Special Report
ନଦେଲେ ତାଙ୍କୁ ମାରିଦେବେ ବୋଲି କହୁଥିଲେ । ଏହାପରେ ବ୍ୟକ୍ତି ଜଣଙ୍କର ସ୍ତ୍ରୀ ପିନ୍ଧିଥିବା ହାରକୁ ସେମାନେ ନେଇଗଲେ । ଆଉ ଏହାସହ ବ୍ୟକ୍ତି ଜଣଙ୍କ ଯାହା ପିନ୍ଧିଥିଲେ ମଧ୍ୟ ସବୁ ସୁନା ଦମ୍ପତ୍ତିଙ୍କ ଠାରୁ ନେଇଗଲେ । 
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବା ଯେ ଏଭଳି ଘଟଣା ରାତିରେ ନୁହେଁ ବରଂ ଦିନ ଦ୍ୱିପ୍ରହର ସମୟରେ ଘଟିଥିଲା । ଆଉ ସେଠାରେ ସ୍ଥାନୀୟ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ କେହି କିଛି କରୁନଥିଲେ ସମସ୍ତେ ଛିଡ଼ା ହୋଇ ଏହି ଘଟଣାକୁ ଦେଖୁଥିଲେ ।
Special Report
ଏହି ଘଟଣା ଘଟିଛି ପର୍ଯ୍ୟଟନ ସ୍ଥଳୀ ପଞ୍ଚଲିଙ୍ଗେଶ୍ୱର ଠାରେ । ଏହି ମହିଳା ଜଣଙ୍କର ସ୍ବାମୀ ଏହି ସବୁ ଘଟଣାକୁ ନେଇ ନିନ୍ଦା କରିଛନ୍ତି । ସ୍ଥାନୀୟ ଲୋକମାନଙ୍କର ଏଭଳି କାମକୁ ନେଇ ସେ ନିନ୍ଦା କରିଛନ୍ତି ।
ନୀଳଗିରି ଥାନା ଅଧୀନ ପଞ୍ଚଲିଙ୍ଗେଶ୍ଵର ଛକ ଏବଂ ଭାଲୁକାଶୁଣି ଛକ ନିକଟରେ ବନ୍ଧୁକ ଆଉ ଭୁଜାଲି ଦେଖାଇ ଦିନ ଦ୍ୱିପ୍ରହର ସମୟରେ ଲୁଟ କରୁଛନ୍ତି ଲୁଟେରା । ରାମଚରଣ ଜେନା ଆଉ ତାଙ୍କ ସ୍ତ୍ରୀ ସନ୍ତାରାଗାଡିଆ ଠାରୁ ବାଇକରେ ବାଲେଶ୍ଵର ଯାଉଥିଲେ ।
ସେମାନେ ଯାଉଥିବା ରାସ୍ତାରେ ପଞ୍ଚଲିଙ୍ଗେଶ୍ଵର ଛକ ନିକଟରେ ଲୁଟେରା ବନ୍ଧୁକ ଆଉ ଭୁଜାଲି ଦେଖାଇ ତାଙ୍କ ସ୍ତ୍ରୀ ଠାରୁ ସୁନା ହାର ଆଉ ମଙ୍ଗଳସୂତ୍ର ନେଇ ଯାଇଥିଲେ । ଏହି ଘଟଣାର ଖବର ପାଇ ନୀଳଗିରି ପୋଲିସ ଏବେ ଏହାର ତଦନ୍ତ କରୁଛି ।

Advertisement