ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରକୃତ ପ୍ରେମ ଆଜିକାର ସମୟରେ ହେବା ଭାରି କଷ୍ଟକର। କାହିଁକି ନା ଦୁନିଆଁ ଏମିତି ପାଲଟି ଯାଇଛି , ଯେଉଁଠି କାହା ଉପରେ ବିଶ୍ୱାସ କରିବା ଏତେ ସହଜ ନୁହେଁ।

ଲୋକ ନିଜ ସ୍ବାର୍ଥ ହାସଲ କରି ସାରିବା ପରେ ଛାଡି ଦେଇ ଚାଲି ଯାଉଛନ୍ତି। ତେବେ ଏପରି କମ୍ ଲୋକ ମିଳିବେ , ଯେଉଁ ମାନେ ପ୍ରକୃତ ପ୍ରେମ କରିବେ ଆଉ ସାରା ଜୀବନ ସାଥିରେ ରହିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ପ୍ରେମକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି।
ତେବେ ବନ୍ଧୁଗଣ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଅଢେଇ ପୋଲି ଗାଁରେ ଘଟିଛି ଏଭଳି ଘଟଣା। ସେହି ଗାଁ'ର ସମର ନାୟକ ଜଣେ ଯୁବତୀଙ୍କୁ ଭଲ ପାଇଥିଲେ।

ଯୁବତୀ ଜଣଙ୍କ ମଧ୍ୟ ସମର ନାୟକଙ୍କୁ ଭଲ ପାଉଥିଲେ ପାଖାପାଖି ୬ ବର୍ଷ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ବୋଲି କହିଛନ୍ତି ଯୁବତୀ ଜଣଙ୍କ। ହେଲେ ଯୁବତୀ ଜଣକ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ପ୍ରେମିକ ସମର ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଛି।
ଆଉ ତାକୁ ବିବହା କରିବାକୁ ଯାଉଛି ସେବେ ଠାରୁ ସମରଙ୍କ ପ୍ରେମିକା ତାଙ୍କ ଠାରୁ ଦୂରେଇ ରହିଲେ। କିନ୍ତୁ ଯୁବତୀ ଜଣଙ୍କୁ ଯେତେବେଳେ ଗ୍ରାମରେ ଏକାକି ପାଇଥିଲେ ସେତେବେଳେ ସମର ହଇରାଣ କରିଥିଲେ।

ସମର ପ୍ରେମିକାଙ୍କୁ କୁଆଡେ ଜୋରଜବରଦସ୍ତ ନେଇଯିବାକୁ ଉଦ୍ୟମ କରୁଥିଲେ। ହେଲେ ଯୁବତୀ ଜଣକ ଚିତ୍କାର କରିବାରୁ ପ୍ରେମିକ ସମର ନାୟକ ଯୁବତୀଙ୍କ ଠାରୁ ଚେନ୍ ଓ ମୋବାଇଲ ଫୋନ ନେଇ ଚମ୍ପପଟ ମାରିଛି।
ଏଭଳି କିଛି ଅଭିଯୋଗ କରିଛନ୍ତି ଯୁବତୀ ଜଣକ। ଏବେ ଯୁବତୀ ଜଣକ କେଦୁଆପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରେମିକ ସମର ନାୟକ ମଧ୍ୟ କହିଛନ୍ତି ଯୁବତୀ ଜଣକ କୁଆଡ଼େ ଲକ୍ଷ ଲକ୍ଷ ଟଙ୍କା ମାଗୁଥିଲେ।
ଏବେ ସେହି ଯୁବକ ଜଣକ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଯୁବତୀ ଓ ଯୁବକଙ୍କ ଅଭିଯୋଗକୁ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଦେଇଛି। ତେବେ ତଦନ୍ତ ପରେ ହିଁ ଜଣାପଡ଼ିବ ପ୍ରକୃତ ଘଟଣା।