Dec 10, 2023, 11:08 IST

ବିବାହ ର ୯ ମାସ ରେ ବାପା ହେଇଗଲେ oyo ମାଲିକ, ଖୁସି ରେ କମ୍ପାନୀ ରେ ବାଣ୍ଟିଲେ ମିଠା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିବାହର ନଅ ମାସ ପରେ ବାପା ହୋଇଛନ୍ତି ଓୟୋ ମାଲିକ।ଓୟୋ ପ୍ରତିଷ୍ଠାତା ବାପା ହେବା କଥା ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଲୋକମାନେ ଅନେକ କଥା ମଧ୍ୟ କହିଛନ୍ତି।
Special Report
ଅନଲାଇନ ହୋଟେଲ୍ ବୁକିଙ୍ଗ ପ୍ଲାଟ ଫର୍ମ ଓୟୋ ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ ଏବେ ବାପା ହୋଇଛନ୍ତି। ଏହାର ଫଟୋ ମଧ୍ୟ ରିତେଶ ନିଜର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବା ସହ ଅନେକ ଲୋକ ମଧ୍ୟ ଏହି ଫଟୋ କୁ ଦେଖି ସାରିଲେଣି। ଏବେ ଏହି ଫଟୋ କୁ ନେଇ ଖୁବ୍ ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି। ରିତେଶ ଓ ତାଙ୍କର ପତ୍ନୀ ଙ୍କ ଏକ ପୁତ୍ର ସନ୍ତାନ ହୋଇଛି।
ତାଙ୍କର ପୁଅର ନାମ ସେମାନେ ଅର୍ଜୁନ ଦେଇଥିବା ମଧ୍ୟ ଜଣା ପଡ଼ିଛି। ଗତ ୨୦୨୩ ମାର୍ଚ୍ଚ ମାସ ୭ ତାରିଖ ଦିନ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବୈଦିକ ରୀତିରେ ବିବାହ କରିଥିଲେ।
Special Report
ଆଉ ସେହି ସମୟରେ ତାଙ୍କର ବିବାହକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା ହୋଇଥିଲା। ଗିତାଶା ଙ୍କୁ ବିବାହ କରିବା ପରେ ରିତେଶ ତାଙ୍କର ବୈବାହିକ ଜୀବନରେ ବେଶ ଖୁସୀରେ ମଧ୍ୟ ଥିଲେ।
ସେ ଖୁବ୍ ଧୁମ୍ ଧାମରେ ବିବାହ କରିଥିବା ବେଳେ ତାଙ୍କର ବିବାହରେ ଅନେକ ପ୍ରତିଷ୍ଠିତ ଲୋକମାନେ ମଧ୍ୟ ସାମିଲ ହୋଇଥିଲେ। ଏସବୁର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ମଧ୍ୟ ହୋଇଥିଲା। ଆଉ ଏବେ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଥିବା ଖବର ଆସିଛି।
ଆଉ ସେ ତାଙ୍କର ପୁତ୍ର ସନ୍ତାନ ଖବର କୁ ନେଇ ବେଶ ଖୁସୀ ରେ ମଧ୍ୟ ଅଛନ୍ତି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା କାରଣ ତାଙ୍କର ପ୍ରତିଷ୍ଠା କରିଥିବା ଓୟୋ ହୋଟେଲ୍ ପ୍ରାୟତଃ ସମୟରେ ଖୁବ୍ ଚର୍ଚ୍ଚା ରେ ଥାଏ।
ସେଥିପାଇଁ ସେ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ତେବେ ରିତେଶ ଙ୍କ ପୁଅ ହେବା ଖବର ଜାଣିବା ପରେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement