Updated: Feb 5, 2024, 18:21 IST

ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଦେଖନ୍ତୁ ବିବାହ ସମୟର ସୁନ୍ଦର ମୁହୂର୍ତ୍ତ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ତ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି।
Special report
ଶ୍ରଦ୍ଧା ପାଣିଗ୍ରାହୀ ଯିଏ କି ବହୁତ ସାରା ସିରିଏଲ ଏବଂ ସିନେମା ମାଧ୍ୟମରେ ଦମଦାର ଆକ୍ଟିଙ୍ଗ କରି ଖୁବ କମ ଦିନ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି।
ସିରିଏଲରେ ଅଭିନୟ କରିବା ସହିତ ସେ କିଛି ଯାତ୍ରା ପାର୍ଟି ଏବଂ ୱେବ ସିରିଜରେ ମଧ୍ୟ ଅଭିନୟ କରିଛନ୍ତି। ବହୁତ ସାରା ଆଲବମରେ ଅଭିନୟ କରୁଥିବାର ନଜର ଆସିଛନ୍ତି ଶ୍ରଦ୍ଧା। 
ଶ୍ରଦ୍ଧା ନିଜ କ୍ୟାରିୟର ମଧ୍ୟରେ ପ୍ରାୟ ୧୦ ରୁ ଅଧିକ ଓଡ଼ିଆ ସିରିଏଲରେ ଅଭିନୟ କରିସାରିଲେଣି। ନିଜ ସୁନ୍ଦର ଅଭିନୟ କରି ସାରା ଓଡିଶା ବାସୀଙ୍କ ପାଖରୁ ଢେର ସାରା ଭଲ ପାଇବା ପାଇଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ।
Special report
ତେବେ ବନ୍ଧୁଗଣ ବହୁତ ଦିନ ହେଲା ଶ୍ରଦ୍ଧାଙ୍କ ବାହାଘରକୁ ନେଇ ସୋସିଆଲ ମେଡିଆରେ ବେଶ ଚର୍ଚ୍ଚା ଲାଗି ରହିଥିଲା। ସୂଚନା ମୁତାବକ ଓଡ଼ିଆ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ହାତକୁ ଦି’ ହାତ ହୋଇଛନ୍ତି। ସନ୍ଦିପଙ୍କୁ ନିଜର ଜୀବନସାଥୀ ଭାବେ ବାଛିଛନ୍ତି ଶ୍ରଦ୍ଧା। 
ଶ୍ରଦ୍ଧା ଜଣେ ଅଭିନେତ୍ରୀ ଭାବେ ଦର୍ଶକଙ୍କ ଗହଣରେ ପରିଚିତ ଥିବା ବେଳେ ସନ୍ଦିପ ମଧ୍ୟ କଳା କ୍ଷେତ୍ର ସହ ଖୁବ୍ ପରିଚିତ। ସନ୍ଦିପ ଜଣେ ଭଲ କଣ୍ଠଶିଳ୍ପୀ ହୋଇଥିବା ବେଳେ ସେ ଅନେକ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି।
Special report
ସନ୍ଦିପଙ୍କ ସ୍ୱରର ଯାଦୁରେ ଦର୍ଶକ ମତୁଆଲା ହୋଇଥିବା ବେଳେ ଏବେ ସେ ଶ୍ରଦ୍ଧାଙ୍କ ସହିତ ନୂଆ ଜୀବନ ଆରମ୍ଭ କରିଛନ୍ତି। ସନ୍ଦିପ ଓ ଶ୍ରଦ୍ଧାଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଆଉ ଏବେ ଦୁହେଁ ଦୁହିଁଙ୍କୁ ସାତ ଜନମର ସାଥୀ ଭାବେ ଗ୍ରହଣ କରିଛନ୍ତି। 
ବେଦୀ ନିଆଁକୁ ଶପଥ କରି ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଦୁହେଁ ଏବେ ଜୀବନର ଚଲାପଥରେ ସୁଖ, ସୁଃଖର ସାଥୀ ହୋଇ ଆଗକୁ ଚାଲିବେ। ବୈଦିକ ରୀତିନୀତି ଅନୁସାରେ ଏହି ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଏହି ଦୁଇଜଣଙ୍କ ବାହାଘରରେ ତାଙ୍କ ପରିବାର ଏବଂ ସାଙ୍ଗ ସାଥିଙ୍କ ସହ କିଛି ସାଥି କଳାକାର ମାନେ ମଧ୍ୟ ନଜର ଆସିଥିଲେ। ଏହି ଷ୍ଟାର ଦମ୍ପତ୍ତିଙ୍କ ମ୍ୟାରେଜ ପାର୍ଟିରେ ବହୁ ଓଡ଼ିଆ କଳାକାର ଉପସ୍ଥିତ ରହି ନବଦମ୍ପତ୍ତିଙ୍କୁ ଆଶିର୍ବାଦ ଦେଇଥିଲେ।

Advertisement