Nov 28, 2023, 11:38 IST

ଭୁବନେଶ୍ୱର ରେ ସୁରକ୍ଷିତ ନୁହନ୍ତି OYO ମାଲିକ ମାନେ ... ଯିଏ ଯାହାକୁ ପାରିଲା ହାଣି ଦେଇ ଗଲା..

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ସାମାନ୍ୟ କଥା କୁ ନେଇ କିଭଳି ଲୋକ ମାନେ ବଡ ଘଟଣା ମାନ ଘଟାଉଛନ୍ତି।ସାମାନ୍ୟ ସିଗାରେଟ ଟାଣିବା ଘଟଣାକୁ କେନ୍ଦ୍ର କରି ଓୟେ ହୋଟେଲ ମାଲିକ ଙ୍କୁ ଦୁ-ର୍ବୃ-ତ୍ତ ମାନେ ଆ-କ୍ର-ମ-ଣ କରିଥିଲେ।
Special Report
ସେଥିରେ ସେ ଆହତ ହୋଇ ଗତ ଏକ ମାସ ହେବ ମେଡିକାଲ୍ ରେ ପଡ଼ି ରହିଛନ୍ତି।ଏଥିରେ ୨୦ ଜଣ ଯୁବକ ସଂପୃକ୍ତ ଥିବା ଜଣା ପଡିଚି।ପୋଲିସ ସେମାନଙ୍କ ମଧ୍ୟରୁ ୧୦ ଜଣ ଙ୍କୁ ଧରିବାକୁ ସକ୍ଷମ ହୋଇଛନ୍ତି।
ସୂଚନା ଅନୁସାରେ ଗତ ଦୁର୍ଗାପୂଜା ସମୟ ରେ ଭୁବନେଶ୍ୱର ର ଏକ ପୂଜା ମଣ୍ଡପ ରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା।ଏଥିରେ ମାଲିଙ୍ଗା ନାମକ ଜଣେ ଯୁବକ ଓ ତାଙ୍କ ସାଙ୍ଗ ମାନେ ସିଗାରେଟ ଟାଣି ଥିବା ସମୟ ରେ ପୂଜା ମଣ୍ଡପ ର କିଛି କର୍ମୀ ମାନେ ତାଙ୍କୁ ବିରୋଧ କରିଥିଲେ।
Special Report
ଏହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ ରେ କ-ନ୍ଦ-ଳ ହୋଇ ଥିଲା। ମାଲିଙ୍ଗା ଓ ତାର ସାଙ୍ଗ ମାନେ ଖଣ୍ଡା ଭୁଜାଲି ଓ ବନ୍ଧୁକ ଧରି ଆକ୍ରମଣ କରିବାକୁ ଆସିଥିଲେ।
ସେମାନେ ନିକଟ ରେ ଥିବା ଓୟେ ହୋଟେଲ ମାଲିକ ଙ୍କୁ ଗୋଡେଇ ଗୋଡେଇ ହାଣି ଥିଲେ।ଏହା ପରେ ଅଧା ଗଢା ହୋଇ ଥିବା ଗୋଟିଏ ଲିଫ୍ଟ ରୁ ତାଙ୍କୁ ଠେଲି ଦେଇଥିଲେ।
ଏଥିରେ ସେ ମାଲିକ ଜଣକ ଗୁରୁତର ଭାବେ ଆହତ ହୋଇ ଥିଲେ।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଥିଲା।ଏହା ପରେ ଅଭିଯୁକ୍ତ ମାନେ ସିସି ଟିଭି କ୍ୟାମେରା କୁ ଭାଙ୍ଗି ଦେଇ ସେଠାରୁ ଫେରାର ହୋଇ ଯାଇଥିଲେ।
ଘଟଣା ର ଗୋଟିଏ ମାସ ପରେ ପୋଲିସ ମାଲିଙ୍ଗା ଓ ତାର ଦଶ ଜଣ ସାଥୀ ଙ୍କୁ ଗିରଫ କରିଛି।ଏବେ ମଧ୍ୟ ଆଉ ଦଶ ଜଣ ଅଭିଯୁକ୍ତ ଘୁରି ବୁଲୁଛନ୍ତି।ଯାହାକୁ ନେଇ ଅନ୍ୟ ମାନେ ଏବେ ବହୁତ ଭୟବିତ ଅଛନ୍ତି। ଖୁବ୍ ଶୀଘ୍ର ସେମାନେ ମଧ୍ୟ ଧରା ପଡ଼ିବେ ବୋଲି ପୋଲିସ ଅଧିକାରୀ ମାନେ କହିଛନ୍ତି।

Advertisement