Dec 1, 2023, 09:53 IST

ଭୁବନେଶ୍ୱର ରେ ମିଳିଲେ କୁବେର ର ଙ୍କ ସାନ ଭାଇ, କୋଟି କୋଟି ଟଙ୍କା ର ପ୍ଲଟ, ସୁନା, ବ୍ୟାଙ୍କ୍ ଆକାଉଣ୍ଟ.. ଭିଜିଲାନ୍ସ ଭୟ ରେ ପଡିଶା ଘର ଛାତ କୁ ଡେଇଁଲେ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭିଜିଲାନ୍ସ ଙ୍କ ଜାଲରେ ପଡ଼ିଥିବା ଜଣେ ଇଞ୍ଜିନିୟର ଙ୍କ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ତାଙ୍କର ଆଖି ଖସି ଗଲା ଭଳି ଆଲିସାନ୍ କୋଠା ରହିଛି।
Special report
ଏହି ତିନି ମହଲା ଘରକୁ ଯେ କେହି ଦେଖିବ ସେ ଆଶ୍ଚର୍ଯ୍ୟ ହୋଇ ଯିବ। ଘରର ଦାମ୍ ହେଉଛି ଏକ କୋଟି ଦଶ ଲକ୍ଷ ଟଙ୍କା। ତାଙ୍କ ଘରୁ ନଗଦ ତିନି ଲକ୍ଷ ଚାଳିଶ ହଜାର ଟଙ୍କା ଜବତ ମଧ୍ୟ ହୋଇଛି। ତାଙ୍କର ୧୭ ଟି ବ୍ୟାଙ୍କ୍ ଆକାଉଣ୍ଟ ମଧ୍ୟ ରହିଛି।
ଜମି ସହ ଫ୍ଲାଟ୍ ମଧ୍ୟ ରହିଛି। ଭିଜିଲାନ୍ସ ରେଡ ସମୟରେ ଘର ଛାତ ଦେଇ ଚମ୍ପଟ ମାରିଥିବା କନିଷ୍ଠ ଯନ୍ତ୍ରୀ ଜଣକ ହେଉଛନ୍ତି ସୁନିଲ ପାଢ଼ୀ। ଆଉ ସେ ଏବେ ଧରା ପଡି ଯାଇଛନ୍ତି।
ପଡୋଶୀଙ୍କ ଘରେ ଥିବା ଜାଣିବା ପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମଧ୍ୟ ଭିଜିଲାନ୍ସ ଧରିଛି। ଏହାପରେ ପାଖରେ ବସାଇ ସବୁ କିଛି ର ସବିଶେଷ ତଥ୍ୟ ଓଗାଳିବା ରେ ଲାଗି ପଡିଛି ଟିମ। ପ୍ରଥମ ଦଫାରେ ଭୁବନେଶ୍ୱର ସ୍ଥିତ ଜଗମାର ସ୍ଥିତ ଘରର ହିସାବ ମାଗିଛି ଭିଜିଲାନ୍ସ।
Special report
ପାଢ଼ୀ ଭିଲା ନାମ ଥିବା ଏହି ଘର ବାହାରକୁ ଯେମିତି ଚକାଚକ୍ ଦିଶୁଛି ତାହା ଭିତରେ ମଧ୍ଯ ଆହୁରି ରଙ୍ଗୀନ ଲାଗୁଛି। ଘରୁ ମଧ୍ୟ ନଗଦ ତିନି ଲକ୍ଷ ଚାଳିଶ ହଜାର ଟଙ୍କା ମିଳିଛି। ଆସ୍କା ରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ରହିଥିବା ମଧ୍ୟ ଜଣା ପଡ଼ିଛି।
୧୭ ଟି ବ୍ୟାଙ୍କ ଆକାଉଣ୍ଟ ସହ ଇନ୍ସୁରନ୍ସ ଓ ପୋଷ୍ଟାଲ ଏବଂ ଅନ୍ୟାନ୍ୟ ବ୍ୟାଙ୍କ୍ ଡିପୋଜିଟ ମଧ୍ୟ ରହିଛି। ଏହା ବାଦ ତାଙ୍କ ନାମରେ ଥିବା ଜମି ଓ ପ୍ଲଟ ର ଭିଜିଲାନ୍ସ ଖୋଳତାଡ ମଧ୍ୟ କରୁଛି।
ଧରା ପଡ଼ିବା ପରେ ସେ ଫେରାର ହୋଇ ନଥିଲେ ବୋଲି ମଧ୍ୟ ଏହା ସଫେଇ ଦେଇଛନ୍ତି। ସେ କହିଥିଲେ କି ଏକଥା ମଧ୍ୟ ସେ ଜାଣି ନାହାଁନ୍ତି କି ତାଙ୍କର ଘରେ ରେଡ ପଡିଛି ବୋଲି।
ଆଉ ସଂପୂର୍ଣ୍ଣ ଭାବରେ ବାରଣ କରିଥିଲେ କି ସେ ଫେରାର ହେଉ ନଥିଲେ ବୋଲି ତେବେ ଏହି ଯନ୍ତ୍ରୀ ଙ୍କ କଥା ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୂଲି ଯିବେ ନାହିଁ।

Advertisement