ନମସ୍କାର ପାଠକ ବନ୍ଧୁ।ଭୁବନେଶ୍ୱର ମହାନଗର ନିଗମ କୁ ସୁନ୍ଦର କରିବା ପାଇଁ ଏବେ ସରକାର ଓ ଲୋକ ମାନେ ନୂଆ ନୂଆ ପଦକ୍ଷେପ ନେଇଛନ୍ତି।ଓଡ଼ିଶା ର ରାଜଧାନୀ ଭୁବନେଶ୍ୱର।
ଅନେକ ଦିନ ଧରି ଏହି ସ୍ଥାନ ଟି ଖରାପ ଅବସ୍ଥା ରେ ପଡ଼ି ରହିଥିଲା।ଏହା ଉନ୍ନତିକରଣ ଉପରେ କାହାର ନଜର ନ ଥିଲା।କିନ୍ତୁ ଧୀରେ ଧୀରେ ଏହାର ଉନ୍ନତି କରା ଯାଇଛି ବୋଲି ଭୁବନେଶ୍ବର ମହାନଗର ନିଗମ ର ମେୟର ସୁଲୋଚନା ଦାସ କହିଛନ୍ତି।
ସୂଚନା ଅନୁସାରେ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳ ରେ ଏବେ ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ କରା ଯାଉଛି। ଛକ ସ୍ଥାନ ମାନଙ୍କରେ ଏବେ ସଫ କରା ଯାଇଛି।ଭୁବନେଶ୍ୱର ର ମାଷ୍ଟର କ୍ୟାଣ୍ଟିନ ଛକ ରେ ଏବେ ଏକ ପାର୍କ କରା ଯାଉଚି।
ଏଠାରେ ସବୁ ପ୍ରକାର ସୁବିଧା କରା ଯିବ।ଲୋକ ମାନଙ୍କ ବୁଲିବା ପାଇଁ ପାର୍କ ରେ ବିଭିନ୍ନ ପ୍ରକାର ଗଛ ସହିତ ଜଳ ରେ ଖେଳିବା ପାଇଁ ବ୍ୟବସ୍ଥା ରହିବ।ଏଠାରେ ଅଧିକ ସମୟ ଲୋକ ମାନେ ଅତିବାହିତ କରି ପାରିବେ।
ମୁକ୍ତା ଯୋଜନା ରେ ଏ ବର୍ଷ ଭୁବନେଶ୍ୱର ର ଦଶ ଟି ସ୍ଥାନ କୁ ସୁନ୍ଦର କରିବା ପାଇଁ ପଦକ୍ଷେପ ନିଆ ଯାଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କରିବା ପାଇଁ ପଦକ୍ଷେପ ନେଇଛନ୍ତି।ଏଥିରେ ଗୋଟିଏ ବହୁତ ବଡ ଅବଦାନ ରହିଛି ଏସ ଏଚ ଜି ଗ୍ରୁପ।
ସେମାନଙ୍କ ଟଙ୍କା ରେ ଏଭଳି ଉନ୍ନତି ମୂଳକ କାର୍ଯ୍ୟ କରା ଯାଉଛି।ମାଷ୍ଟର କ୍ୟାଣ୍ଟିନ କୁ ଏଭଳି ସୁନ୍ଦର କରିବା ପାଇଁ ପାଖାପାଖି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ଏସବୁ କେବଳ ଓଡ଼ିଶା ର ଲୋକ ଙ୍କ ପାଇଁ ସମ୍ଭବ ହୋଇଚି।
ଏଠାରେ ଜଗିବା ପାଇଁ କୌଣସି ଲୋକ ଙ୍କୁ ରଖା ଯାଇ ନାହିଁ।ଭୁବନେଶ୍ୱର ବାସୀ ଏହି ସ୍ଥାନ କୁ ଜଗିବେ।ସେମାନଙ୍କ ର ସଚେତନତା ଯୋଗୁଁ ଏସବୁ ସମ୍ଭବ ହେବ।
ଏହା ଛଡ଼ା ଆଉ ଘର ଭଡ଼ା ପାଇଁ ଗଛ ରେ କି ଅନ୍ୟ କୌଣସି ସ୍ଥାନରେ ପୋଷ୍ଟର ମାରିବେ ନାହିଁ।ଏହା କଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।