ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ତେବେ ବନ୍ଧୁଗଣ ଭାଉଜ ସହ ସମ୍ପର୍କ ରଖିବା ପାଇଁ ସ୍ତ୍ରୀକୁ ପରକଲା ସ୍ୱାମୀ। ଶେଷ ସମୟରେ ବି ଦେଖିବାକୁ ଆସିଲାନି ସ୍ୱାମୀ। ଝିଅକୁ ନ୍ୟାୟ ଦେବା ପାଇଁ ଥାନାର ଦ୍ଵରାସ୍ତ ହେଲେ ପରିବାର ଲୋକେ। ବନ୍ଧୁଗଣ ଏବେ ଥାନାରେ ଅଛି ସ୍ୱାମୀ ଜଣକ।
ତେବେ ବନ୍ଧୁଗଣ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପାଟଣା ଥାନା ଅନ୍ତର୍ଗତ ବାଙ୍କୀବାହାଳ ଗାଁ ରେ। ସୂଚନା ଅନୁସାରେ ବାଙ୍କୀବାହାଳ ଗାଁ ର ମହେଶ୍ୱରନାଥ ରୀତିନୀତି ଅନୁସାରେ ସାତ ବର୍ଷ ତଳେ ବାଘଝର ଗାଁ ର ତପସ୍ୱିନୀ ଙ୍କୁ ବିବାହ କରିଥିଲେ।
ତେବେ ସ୍ୱାମୀ ମହେଶ୍ୱର ନିଜ ଭାଉଜ ସହ ଅନୈତିକ ସମ୍ପର୍କ ରଖୁଥିଲା। ଅନେକ ସମୟରେ ମହେଶ୍ୱର ତପସ୍ୱିନୀ କୁ ମାରପିଟ କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
ତେବେ ବନ୍ଧୁଗଣ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭାଉଜକୁ ନେଇ ବଚସା ହୋଇଥିଲା। ଏହାପରେ ସ୍ୱାମୀ ମହେଶ୍ୱର ଉତ୍ତେଜିତ ହୋଇ ତପସ୍ୱିନୀ ଙ୍କୁ କାଠ ଫାଳିଆ ରେ ମାଡ ମାରିଥିଲେ। ଏହାପରେ ଅଚେତ ହୋଇ ପଡ଼ିଥିଲେ ତପସ୍ୱିନୀ।
ଆଉ ତାପରେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଅନ୍ୟ ଏକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।