ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ସନି ଲିଓନ। ତାଙ୍କର ପରିସ୍ଥିତିରେ ପଡି ହିଁ ସେ ବୋଲ୍ଟ ଫିଲ୍ମ୍ ବାଛିଥିଲେ ବୋଲି କୁହା ଯାଇଛି। ଆଉ ତାଙ୍କର ଏଭଳି କାମ କୁ ତାଙ୍କର ବାପା ମଧ୍ଯ ଖୁବ୍ ବିରୋଧ କରିଥିବା ଜଣା ପଡିଥିଲା।

୧୯୮୧ ମସିହା ମେ ମାସ ୧୩ ତାରିଖରେ କାନାଡା ର ଭାରତିୟ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ନିଜର ଫିଟନେସ ରେ ସେ ସବୁ ଯୁବ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ଦେଇଥିଲେ।
ନିଜ ଯାଦୁ ରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖନ୍ତି। ସନି ଲିଓନ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ ଅଟନ୍ତି। ସନି ଙ୍କ ପ୍ରକୃତ ନାମ ହେଉଛି କରଞ୍ଜିତ କୌର। ହେଲେ ସେ ସନି ଲିଓନ ନାମରେ ଅଧିକ ପରିଚିତ ଅଟନ୍ତି ।

ସେ ଚଳଚ୍ଚିତ୍ର ଜଗତରେ ପୁଜା ଭଟ୍ଟ ଙ୍କ ଜିସ୍ମ -୨ ଚଳଚ୍ଚିତ୍ର ମାଧ୍ୟମରେ ପାଦ ଥାପି ଥିଲେ। ଏହାପରେ ତାଙ୍କୁ ଅନେକ ବଲିଉଡ ଫିଲ୍ମ୍ ରେ ଅଭିନୟ କରୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
ସେ ଅଭିନୟ ବ୍ୟତୀତ ଅନେକ ସଚେତନ ଓ ପର ଉପକାର ମୂଳକ କାର୍ଯ୍ୟ ମଧ୍ଯ କରନ୍ତି।୨୦୧୬ ରେ ସେ ଭାରତୀୟ ରିଆଲିଟି ଶୋ ବିଗ୍ ବସ୍ ରେ ପାଦ ଦେଇଥିଲେ। ସେ ଡାନିଏଲ ୱେବର୍ ଙ୍କୁ ବିବାହ କରିଥିଲେ।
ସେ ହେଉଛନ୍ତି ଏକ ଆମେରିକୀୟ ଫିଲ୍ମ୍ ନିର୍ମାତା ଓ ଉଦ୍ୟୋଗୀ। ତାଙ୍କର ଦୁଇଟି ପୁଅ ଓ ଏକ ଝିଅ ମଧ୍ୟ ରହିଛି। ନିଶା ଙ୍କୁ ଏହି ଦମ୍ପତ୍ତି ପୋଷ୍ୟ ସନ୍ତାନ ଭାବରେ ମଧ୍ୟ ଗ୍ରହଣ କରିଛନ୍ତି। ସେ ମାତ୍ର ୧୫ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଥିଲେ।
ପ୍ରଥମେ ସେ ଏକ ଜର୍ମାନ ବେକରୀ ରୁ ନିଜର କାମ କରିବା ଆରମ୍ଭ କରିଥିଲେ। ନିଜର ଅନେକ ସଂଘର୍ଷ ପରେ ଧୀରେ ଧୀରେ ସେ ଫିଲ୍ମ୍ ଦୁନିଆରେ ପ୍ରବେଶ କରିଥିଲେ। ତାଙ୍କର ଜୀବନୀ ସମ୍ପର୍କରେ ରିଲିଜ୍ ହୋଇଥିବା ଏକ ଫିଲ୍ମ୍ ରେ ଅନେକ କଥାର ଖୁଲାଶା ମଧ୍ୟ ହୋଇଛି।
ପ୍ରଥମେ ତାଙ୍କର ଆର୍ଥିକ ସ୍ଥିତି ଖରାପ୍ ଥିବା ବେଳେ ସେ ବୋଲ୍ଟ ଫଟୋ ସୁଟ କରି ଅନେକ ଟଙ୍କା ରୋଜଗାର ମଧ୍ୟ କରୁଥିଲେ। ଏହାପରେ ସେ ବିଗ୍ ବସ ଆସିଥିଲେ।