Updated: Oct 17, 2023, 12:48 IST

ଭାରତ ଠୁ ହାରିବା ପରେ ପାକିସ୍ଥାନ ଖେଳାଳି ମାଇଚିଆ ଡାକିଲେ, ଏଗୁଡା ଙ୍କୁ ଖେଳି ଆସିନି କେବଳ ଆସି ଯାଉଛନ୍ତି ମ୍ୟାଚ୍ ଖେଳିବାକୁ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତ ଠାରୁ ଶୋଚନୀୟ ଭାବରେ ହାରିବା ବର୍ତ୍ତମାନ୍ ସମୟରେ ପାକିସ୍ତାନ କୁ ଆଦୌ ହଜମ ହେଉ ନାହିଁ। ନିଜ ଦେଶର ଖେଳାଳୀ ମାନଙ୍କ ଉପରେ ଖୁବ୍ ବର୍ଷିଛନ୍ତି ୱାସିମ୍ ଆକ୍ରାମ।
Special report
ଫିଟନେସ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଆଉ କୋହିଲି ଙ୍କ ଠାରୁ ଜର୍ସି ଗ୍ରହଣ କରିବାକୁ ନେଇ ବି ନାଖୁସ ଅଛନ୍ତି। ବିଶ୍ଵ କପ୍ ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଆଉ ସବୁ ସମୟ ପରି ଏଥର ମଧ୍ୟ ପାକିସ୍ତାନ ହାରୀ ଯାଇଛି।
ଯାହାକୁ କି ପାକିସ୍ତାନ ସହଜରେ ସ୍ବୀକାର କରି ପାରୁ ନାହିଁ। ପାକିସ୍ତାନ ର କ୍ରିକେଟ୍ ବିଶେଷଜ୍ଞ ଓ ତାଙ୍କର ଫ୍ୟାନ ମାନେ ମଧ୍ୟ ଆଦୌ ଗ୍ରହଣ କରିବା ମୁଡ଼ ରେ ନାହାଁନ୍ତି। କାରଣ ଭାରତ ଠାରୁ ପାକିସ୍ତାନ ଅତି ଲଜ୍ୟା ଜନକ ଭାବରେ ପରାଜୟ ବରଣ କରିଛି।
ଆଉ ଏବେ ଦଳରେ ସବୁ କିଛି ଠିକ ଠାକ୍ ରେ ଚାଲି ନାହିଁ ବୋଲି ମଧ୍ଯ ଏବେ ସଙ୍ଗୀନ ଅଭିଯୋଗ ହେବାରେ ଲାଗିଛି। ବିଶ୍ଵ କପ୍ ରେ ପାକିସ୍ତାନ ନିରାଶା ଜନକ ପ୍ରଦର୍ଶନ କରିଛି।
Special report
ପାକିସ୍ତାନ ର ପୂର୍ବତନ କ୍ରିକେଟର ତଥା ଦୃତ ବୋଲର ୱାସିମ ଆକ୍ରାମ ଏବେ ବାବର୍ ଅଜାମ ଙ୍କ ଉପରେ ଧୁମ୍ ବର୍ଷିଛନ୍ତି। ଏଭଳି କି ପାକିସ୍ତାନ ଟିମ ଖେଳାଳୀ ମାନଙ୍କ ଦୁର୍ବଳ ଫିଟନେସ ନେଇ ମଧ୍ଯ ସେ ଅନେକ ପ୍ରଶ୍ନ କରିଛନ୍ତି।
ଆକ୍ରମ କହିଛନ୍ତି କି ପାକିସ୍ତାନ ଖେଳାଳୀ ମାନଙ୍କର ଫିଟନେସ ଟେଷ୍ଟ ଆଦୌ କରାଯାଉ ନାହିଁ। କହୁ କହୁ ଆକ୍ରାମ ଏହା ମଧ୍ୟ କହିଛନ୍ତି ବର୍ତ୍ତମାନ୍ ମଧ୍ଯ ଦଳର ଖେଳାଳୀ ମାନଙ୍କ ଫିଟନେସ ଟେଷ୍ଟ ହୋଇ ନାହିଁ।
ପାକିସ୍ତାନ ର ପୂର୍ବତନ କୋଚ ଏସବୁ ଉପରେ ବିଶେଷ ଧ୍ୟାନ ଦେଉଥିବା ନେଇ ଆକ୍ରାମ କହିଥିଲେ। ହେଲେ ଏବେ ଆଉ ସେଭଳି କିଛି ହେଉ ନାହିଁ। ଜଣେ ପ୍ରଫେସନାଲ କ୍ରିକେଟର ଅତି କମ ସେ ମାସକୁ ଗୋଟେ ଥର ଫିଟନେସ ଦେବା ଦରକାର୍।
ଆଉ ସେମାନେ ଏଭଳି କରୁ ନାହାଁନ୍ତି। ସେଥିପାଇଁ ତାଙ୍କୁ ଏବେ ଭାରତ ଠାରୁ ଲଜ୍ୟା ଜନକ ଭାବରେ ହାରି ବାକୁ ପଡିଛି ବୋଲି ଆକ୍ରାମ କହିଛନ୍ତି। ଆଉ ତାଙ୍କର ଏହି କଥା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement