Sep 7, 2023, 09:51 IST

ଭାରତ ର ନା ମୋଦୀ କରିବେ ପରିବର୍ତ୍ତନ ! ଆଉ ରହିବନି ଇଣ୍ଡିଆ କି ହିନ୍ଦୁସ୍ଥାନ !! ପାକିସ୍ତାନ କହିଲା ଇଣ୍ଡିଆ ଭାରତ ଯାହା କହୁଛ କୁହ, ହେଲେ ଆମ ଦେଶ ପରି ନୁହେଁ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ପାକିସ୍ତାନ ରେ ପହଞ୍ଚିଛି ଇଣ୍ଡିଆ ଓ ଭାରତ ନାମର ଚର୍ଚ୍ଚା। ପାକିସ୍ତାନ ଗଣ ମାଧ୍ୟମରେ ଏନେଇ ମଧ୍ୟ ପ୍ରସାରିତ ହେବାରେ ଲାଗିଛି ଖବର। ଆଉ ଖୁବ୍ ଶୀଘ୍ର ମଧ୍ୟ ବଦଳି ପାରେ ଇଣ୍ଡିଆର ନାମ।
Special report
ଆଜିକାଲି ଭାରତରେ ଇଣ୍ଡିଆ ଓ ଭାରତ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହା ବ୍ୟତିତ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ଯ ଇଣ୍ଡିଆ ନାମକୁ ଭାରତରେ ପରିବର୍ତ୍ତନ କରିବା ପାଇଁ କହିଛନ୍ତି।
ବର୍ତ୍ତମାନ୍ ଏହି ପ୍ରସଙ୍ଗ କେବଳ ଭାରତରେ ସୀମିତ ନୁହେଁ। ଭାରତର ପଡୋଶୀ ଦେଶ ପାକିସ୍ତାନ ରେ ମଧ୍ୟ ଏହାକୁ ନେଇ ଖୁବ ଆଲୋଚନା ହେବାରେ ଲାଗିଛି।G20 ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ ବୋଲି ଲେଖା ଯାଇଛି।
ଯାହାକୁ ଦେଖିବା ପରେ ଏହାକୁ ନେଇ ଚର୍ଚ୍ଚା ମଧ୍ଯ ଜୋର୍ ଧରିଛି। ପାକିସ୍ତାନ ଗଣ ମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଖୁବ ଶୀଘ୍ର ମୋଦୀ ସରକାର ଭାରତର ନାମ ବଦଳାଇ ଇଣ୍ଡିଆ ରଖି ପାରନ୍ତି।
Special report
ଏଥିପାଇଁ ମୋଦୀ ସରକାର ମଧ୍ୟ ସଂଶୋଧନର ସ୍ଵତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହା ପୁର୍ବରୁ ଭାରତର ଅନେକ ସହର ଓ ସ୍ଥାନର ନାମ ପରିବର୍ତ୍ତନ ହୋଇଛି।
ଯେଉଁ ନାମ ଗୁଡ଼ିକ ମୁସଲିମ ନାମ ଅନୁସାରେ ରହିଥିଲା ଏହି ନାମ ଗୁଡ଼ିକ ବଦଳ କରିବା ପାଇଁ ମୁସଲିମ ସମୁଦାୟ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଯଦି ଭାରତ ସରକାର ଏଥିରେ ସଫଳ ହୁଅନ୍ତି ତେବେ ତୁର୍କୀ ପରେ ଭାରତ ଦ୍ୱିତୀୟ ଦେଶ ଭାବରେ ଉଭା ହେବ ଯିଏକି ନିଜ ଦେଶର ନାମ ବଦଳାଇବ। ଏହା ପ୍ରଥମ ଥର ନୁହେଁ ଯେତେବେଳେ କି ଭାରତର ନାମ ବଦଳ ପାଇଁ ବିବାଦ ହୋଇଛି।
ବ୍ରିଟିଶ ଶାସନ କାଳରେ ଇଣ୍ଡିଆ ଶବ୍ଦ କୁ ଚୟନ କରାଯାଇ ଥିଲା। ଇଣ୍ଡିଆ ଶବ୍ଦ ହେଉଛି ଏକ ଗ୍ରୀକ୍ ଶବ୍ଦ ଯାହାକୁ ନେଇ ପୁର୍ବରୁ ଅନେକ ଥର ବିବାଦ ଦେଖିବାକୁ ମଧ୍ୟ ମିଳିଛି।

Advertisement