Dec 16, 2023, 11:22 IST

ନା କହି ପାରନ୍ତି ନା ଶୁଣି ପାରନ୍ତି ଭଗବାନ ଗଢ଼ିଦେଲେ ଏମିତି ଯୋଡ଼ି ଦେଖନ୍ତୁ ଏବେ ଖାଲି ଠରା ଠରିରେ କଟିଯିବ ସାରା ଜୀବନ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିବେ ଯାହା ଆପଣଙ୍କ ମନରେ ଅନେକ କଥା ସୃଷ୍ଟି କରିବ ।
Special report
ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି ବିବାହ କରୁଛନ୍ତି । ଆଉ ଏହି ବ୍ୟକ୍ତି ଜଣକ ହେଉଛନ୍ତି ମୁକ ଆଉ ବଧିର । ସେ କଥା କହି ପାରନ୍ତି ନାହିଁ କି କଥା ଶୁଣିପାରନ୍ତି ନାହିଁ । ସେ ସେମିତି ଏକ ଝିଅ ସହିତ ବିବାହ କରିଛନ୍ତି । 
ଏହି ଯୁବକ ଜଣକ ଯାହାକୁ ବିବାହ କରିଛନ୍ତି ସେ ମଧ୍ୟ ମୁକ ଆଉ ବଧିର । ସେ କଥା କହି ପାରନ୍ତି ନାହିଁ କି କଥା ଶୁଣିପାରନ୍ତି ନାହିଁ । ଏହି ଯୁବକ ଜଣକ ହେଉଛନ୍ତି ମନୋଜ ଆଉ ଯୁବତୀ ଜଣକ ହେଉଛନ୍ତି ନନ୍ଦିତା ।
ନନ୍ଦିତା ଆଉ ମନୋଜ ସିନା କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ କିନ୍ତୁ ସେମାନଙ୍କର ମନ ମିଶି ଯାଇଛି । ନନ୍ଦିତା ଦେଖିବାକୁ ଯେତିକି ସୁନ୍ଦର ତାଙ୍କ କାମ ବି ସେତିକି ସୁନ୍ଦର । ଆଉ ଏବେ ସେମାନେ ବିବାହରେ ବାନ୍ଧି ହୋଇଛନ୍ତି । 
Special report
ଯାଜପୁର ଜିଲ୍ଲା ବରହଟ୍ଟା ଗାଁର ହରିହର ପତିଙ୍କ ପୁଅ ମନୋଜ ପତି ବର ବେଶରେ ସଜେଇ ହୋଇ ବିବାହ କରୁଛନ୍ତି । ଭଦ୍ରକ ଜିଲ୍ଲାର ବିଶ୍ଵନାଥ ଦାସଙ୍କ ଝିଅ ନନ୍ଦିତା ଦାସ କନ୍ୟା ବେଶରେ ସଜେଇ ହୋଇ ବିବାହ କରୁଛନ୍ତି ।
ନନ୍ଦିତା ଆଉ ମନୋଜ ଉଭୟଙ୍କ ମନ ମିଶିଛି । ଦୁହେଁ ଦୁହିଁଙ୍କ ଭାଷା ବୁଝି ପାରୁଛନ୍ତି । ସେମାନେ ଦୁହେଁ ସାତ ଜନ୍ମ ପାଇଁ ସାଥୀ ହେବା ପାଇଁ ବେଦିରେ ବସିଛନ୍ତି । ଦୁହେଁ ଶପଥ ନେଇଛନ୍ତି ଆଉ ସବୁଦିନ ଏକାଠି ରହିବେ ବୋଲି କହିଛନ୍ତି । 
ଦଧିବାବନ ଜୀଉଙ୍କୁ ସାକ୍ଷୀ ରଖି ବିବାହ ହେଉଛି। ଏହି ଦୃଶ୍ୟ ବୟାନ କରୁଛି କି ମନର ଭାଷା ବୁଝି ପାରୁଥିଲେ ହିଁ ବିବାହ ସମ୍ଭବ । ଭଗବାନଙ୍କୁ ସାକ୍ଷୀ ରଖି ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ନବ ଦମ୍ପତ୍ତି ।
ଏହି ନବ ଦମ୍ପତ୍ତିଙ୍କୁ ଆର୍ଶୀବାଦ ଦେବା ପାଇଁ ସେଠାରେ ପରିବାର ଲୋକେ ଆଉ ସମ୍ପର୍କୀୟ ପହଞ୍ଚିଛନ୍ତି । ସେଠାରେ ସମସ୍ତେ ପହଞ୍ଚିଛନ୍ତି ଆଉ ପହଞ୍ଚି ବହୁତ ଖୁସି ହୋଇଛନ୍ତି । ଏବେ ଏହି ବିବାହକୁ ନେଇ ଚର୍ଚ୍ଚା ହେଉଛି । ଏବେ ଏହି ଭିଡିଓକୁ ନେଇ ଆସିଛି ଏହି ଖବର ।

Advertisement