Feb 22, 2024, 19:08 IST

ବର୍ଷା ଦାଉରୁ ମିଳିବ ରକ୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ପାଣିପାଗ ବିଭାଗ ତରଫରୁ ଆସିଲା ବଡ ଖବର

Special report

ନମସ୍କାର ପାଠ୍ୟକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ଗତ ୩ ଦିନ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ର ୩୫ ଡିଗ୍ରୀ ଉପରେ ରହୁଛି। ଆଜି ବି ଉପକୂଳ ଓଡ଼ିଶାରେ ତାତି ଅନୁଭୂତ ହେବ।
Special report
ଗତକାଲି ଭୁବନେଶ୍ୱର ପାଲଟି ଥିଲା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ରାଜଧାନୀରେ ଦିନର ତାପମାତ୍ର ୩୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟର ଦକ୍ଷିଣ ପଶ୍ଚିମ ବାୟୁ ଚଳାଚଳ ନିଷ୍କ୍ରିୟ ରହିଛି। 
ଗୁରୁଚାପ ବଳୟ ପ୍ରଭାବରେ ଦିନରେ ଉପକୂଳ ଓଡିଶାରେ ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି। ଫଳରେ ବୃଦ୍ଧି ପାଉଛି ଦିନର ତାପମାତ୍ରା।
Special report
ରାତି ତାପମାତ୍ରା ମଧ୍ୟ ସ୍ଵାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହୁଛି। ଆସନ୍ତା କାଲିଠାରୁ ଦିନର ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି। କାଲି ଓ ତା'ପରଦିନ ଉପକୂଳ ଜିଲ୍ଲା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାର ବର୍ଷା ହେବ। 
Special report
କିଛି ଜିଲ୍ଲାରେ ୨୬ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସେପଟେ ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ୍ ରୁମ୍ ଖୋଲିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାମ କରିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନାକୁ ନିୟମିତ ଭାବେ ଟ୍ରାକ କରାଯିବ।

Advertisement