Dec 1, 2023, 09:50 IST

ସୁନ୍ଦରୀ ସ୍ତ୍ରୀ କଥା ରେ ପଡ଼ି ବାପା ମା ଙ୍କୁ ମଝି ରାସ୍ତା ରେ ଛାଡି ଦେଲା ପୁଅ, ଆଉ କହିଲା ମୋ ସ୍ତ୍ରୀ ଆଗ ତମେ କିଏ ସବୁ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସ୍ତ୍ରୀ କଥାରେ ପଡ଼ି ନିଜ ଜନ୍ମକଲା ବାପା ମାଆ କୁ ମଝି ରାସ୍ତାରେ ଛାଡ଼ିଗଲା ପୁଅ। ପ୍ରଥମେ ବାପା ମାଙ୍କୁ ଘରୁ ବାହାର କରି ବାଇକ୍ ରେ ବସେଇ ଆଣିଥିଲା ପୁଅ।
Special report
ଏହାପରେ ନିଛାଟିଆ ରାସ୍ତା ଦେଖି ନିଜ ବାପା ମାଆ ଙ୍କୁ ଗୋଇଠା ମାରି ଚାଲିଗଲା ପୁଅ। ହେଲେ ପୁଅ କିନ୍ତୁ ଏକଥା ଜାଣି ନଥିଲା କି ତାର ଏଭଳି କାରନାମା କୁ ସବୁ ଲୋକମାନେ ଦେଖିବେ ବୋଲି। ଏହି ଭିଡିଓ ଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଭିଡିଓ ରେ ଦେଖିବାକୁ ମିଳିଛି କି ପ୍ରଥମେ ବାଇକ୍ ରେ ବସାଇ ପୁଅ ବାପା ମାଆ ଙ୍କୁ ଆଣିଥିଲା। ଏହାପରେ ତାଙ୍କୁ ମଝି ରାସ୍ତାରେ ଓହ୍ଲାଇ ଯିବା ପାଇଁ କହିଥିଲା। ଏହାପରେ ସେମାନଙ୍କ ଜିନିଷପତ୍ର କୁ ରାସ୍ତା ଉପରକୁ ଫୋପାଡି ମଧ୍ୟ ଦେଇଥିଲା।
ସବୁଠାରୁ ବଡ଼ କଥା ହେଉଛି କି ବାପା ମାଆଙ୍କ ଶରୀର ଗନ୍ଧ ହେଉଛି ବୋଲି ପୁଅ ତାର ନକ ମଧ୍ଯ ବନ୍ଦ କରି ଦେଇଥିଲା। ବାପା ମାଆ ବୁଢ଼ାବୁଢ଼ୀ ହୋଇ ଗଲେଣି ଆଉ ସେମାନେ ପୁଅର ବୋଝ ହୋଇ ଯାଉଛନ୍ତି।
Special report
ସେଥିପାଇଁ ତାଙ୍କୁ ପୁଅ ଆଣି ଏହି ମଝି ରାସ୍ତାରେ ଛାଡ଼ି ଚାଲି ଯାଉଛି। ଯେତେବେଳେ ପୁଅ ବାପା ମାଆ ଙ୍କୁ ଓହ୍ଲାଇ ସେଠାରୁ ଯିବା ପାଇଁ ବସିଥିଲା ହଠାତ୍ ସେ ତାର ଗାଡିରୁ ତଳେ ପଡ଼ି ଯାଇଥିଲା।
ଏହାପରେ ପୁଅର ବାମ ଗୋଡ଼ରେ ଗଭୀର ଆଘାତ ମଧ୍ୟ ଲାଗିଥିଲା ପୁଅ ତଳେ ପଡ଼ି ଯିବାର ଦେଖି ହଠାତ୍ ବାପା ମାଆ ତାକୁ ମଧ୍ଯ ତଳୁ ଉଠାଇ ଥିଲେ। ଆଉ ମାଆ ମଧ୍ୟ ପୁଅ ଦେହରେ ଲାଗିଥିବା ଧୂଳି କୁ ତାର ଦେହରୁ ଝାଡି ମଧ୍ୟ ଦେଇଥିଲା।
ହେଲେ ପୁଅ କିନ୍ତୁ ମାଆ ର ମମତା କୁ ବୁଝି ପାରି ନଥିଲା। ଏହାପରେ ସ୍ତ୍ରୀ କଥାରେ ପଡ଼ି ସେମାନଙ୍କୁ ସେଠାରେ ହିଁ ଛାଡ଼ି ଚାଲି ଯାଇଥିଲା।ପୁଅ ବାପା ମାଆ କୁ ଭୁଲିଗଲା। ହେଲେ ଏଭଳି ପରିଣତ ବୟସରେ ଦୁଇଜଣ ବୃଦ୍ଧ ବାପା ମାଆ ସେଠାରୁ ହାତ ଧରାଧରି ହୋଇ ଚାଲି ଯାଇଥିଲେ।
ଆଉ ପୁଅ ନିଜ ବାପା ମାଆ ସହ ଯାହା କିଛି କରିଥିଲା ତାହା ଏହି ରାସ୍ତା କଡ଼ କ୍ୟାମେରାରେ ସବୁ କଏଦ ହୋଇ ଯାଇଥିଲା। ଏହାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Advertisement