Aug 11, 2024, 21:51 IST

ହେ ପ୍ରଭୁ! ଗୋଡ଼ କଣ କଟିଗଲା ଯେ ବାପା କୁ ଏକା ଛାଡ଼ି ଦେଇ ଚାଲିଗଲା ପୁଅ...

Special report

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ଦେଖୁଥିବେ।
Special report
କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି।ବ୍ୟକ୍ତି ଙ୍କ ନାମ ହେଉଛି ପବିତ୍ର ନାୟକ।୪୫ ବର୍ଷ ବୟସରେ ଭିନ୍ନକ୍ଷମ ହୋଇଥିଲେ ବି ସରକାର ଙ୍କ ସହାୟତା ରେ ବଞ୍ଚିତ ଅଛନ୍ତି।
ସୂଚନା ଅନୁସାରେ ୨୦୦୦ ମସିହା ବେଳକୁ ପବିତ୍ର ନାୟକ ତାଳଚେର ରେ କାମ କରି ଖୁସି ରେ ପରିବାର ଲୋକଙ୍କ ସହିତ ସମୟ ବିତାଉ ଥିଲେ। ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ଦୁଇ ଗୋଡ଼ ରେ କ୍ଷତ ଦେଖାଗଲା।
ଫଳରେ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା।ଗୋଡ଼ ରେ କ୍ୟାନ୍ସର ଭଳି ରୋଗରେ ପୀଡିତ ହୋଇ ୨୦୦୨ ମସିହାରେ ଗୋଟିଏ ଗୋଡ଼ ଆଉ ୨୦୦୫ ମସିହା ରେ ଆଉ ଏକ ଗୋଡ଼ କଟା ଯାଇଥିଲା।
Special report
ଦୀର୍ଘ ୨୪ ବର୍ଷ ହୋଇଗଲାଣି ପବିତ୍ର କଷ୍ଟ ପାଉଛନ୍ତି।ସରକାରୀ ଭତ୍ତା ଆଉ ପାଞ୍ଚ କେଜି ଚାଉଳ କୁ ଛାଡ଼ି ଦେଲେ ଆଉ କିଛି ପହଞ୍ଚି ନାହିଁ ସରକାର ସହାୟତା।
ପେଟ କୁ ମୁଠାଏ ଖାଇବାକୁ ମିଳି ଯାଉଛି ହେଲେ ଘରର ଅନ୍ୟାନ୍ୟ ସାମଗ୍ରୀ ଓ ଔଷଧ ପତ୍ର ପାଇଁ ହାତରେ ଟଙ୍କା ନାହିଁ।ଯେଉଁଥି ପାଇଁ ସ୍ତ୍ରୀ ସାବିତ୍ରୀ ପର ଘରେ ବୁଲି ବୁଲି କାମ କରୁଛନ୍ତି।ସେତିକି ରେ ଯାହା ମିଳିଲା ତାକୁ ନେଇ ନିଜ ସ୍ବାମୀ ଙ୍କ ର ଦେଖାଶୁଣା କରୁଛନ୍ତି।
ପବିତ୍ର ନାୟକ ବର୍ତ୍ତମାନ ସାହା ବାଡ଼ି ଓ କୂତ୍ରିମ ଗୋଡ଼ ରେ ଚଲା ବୁଲା କରୁଛନ୍ତି।ଏସବୁ ଘଟଣା ଦେଖି ପବିତ୍ର ନାୟକ ଙ୍କ ପୁଅ ତାଙ୍କ ପିଲାଛୁଆ ଆଉ ସ୍ତ୍ରୀ ଙ୍କୁ ଧରି ଘରୁ ଚାଲି ଯାଇଛନ୍ତି।
ଏପରି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ବାରିହା ପୁର ଗ୍ରାମରେ ଦେଖିବାକୁ ମିଳିଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement