ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗଞ୍ଜେଇ ଗାଡି ସହିତ ଟଙ୍କା ଜବତ କଲା ଝାରପୋଖରୀଆ ପୋଲିସ। ଗତ ୪ ତାରିଖ ଦିନ ଦଶଟା ସମୟରେ ଆନ୍ତରାଜ୍ୟ ସୀମା ଜାମସଳା ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ
ଏକ ବ୍ଲୁ ରଙ୍ଗର କାର ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ କରୁଥିବା ବେଳେ ପୋଲିସର ସନ୍ଦେହ ହେବାରୁ ଗାଡିକୁ ଅଟକ କରି ଯାଞ୍ଚ କରିଥିଲେ। ତେବେ ବନ୍ଧୁଗଣ ମହିଳା ଡିଏସପି ସୁଚିଶ୍ମିତାଙ୍କ ହାତରେ ଧରାପଡିଗଲେ ଦୁଇଜଣ ଅଭିଯୁକ୍ତ।
ଅନ୍ଧାର ରାତିରେ ଅଭିଯୁକ୍ତଙ୍କୁ ଗଡାଇଲେ ଡିଏସପି ସୁଚିଶ୍ମିତା ଦାସ। ଡିଏସପି ସୁଚିଶ୍ମିତା ଦାସଙ୍କ ସାହସିକତା ପାଇଁ ଏବେ ଧରାପଡ଼ିଛନ୍ତି ଦୁଇଜଣ ଗଞ୍ଜେଇ ଅଭିଯୁକ୍ତ।
ଖାଲି ସୁଚିଶ୍ମିତା ଅଭିଯୁକ୍ତଙ୍କ ନିକଟରୁ ଗଞ୍ଜେଇ ଧରିଛନ୍ତି ତାହା ନୁହେଁ ଗୋଟିଏ ବ୍ୟାଗରେ ମଧ୍ୟ ବିଡା ବିଡା ବିଡା ଟଙ୍କାକୁ ଜବତ କରିଛନ୍ତି ପୋଲିସ। ଏହି ବ୍ୟାଗରେ ପୁରା ବାର ଲକ୍ଷ ଚାରି ହଜାର ନଅ ଶହ ଟଙ୍କା ରହିଛି।
ଆଉ ତା ସହିତ ୨୯ କେଜି ୪ ଶହ ୧୦ ଗ୍ରାମ ଗଞ୍ଜେଇକୁ ମଧ୍ୟ ଜବତ କରିଛି ପୋଲିସ। ଏହି ଦୁଇଜଣ ଅଭିଯୁକ୍ତ ଓଡ଼ିଶାରୁ କଲିକତାକୁ ଆଣୁଥିଲେ ଗଞ୍ଜେଇ ଆଉ ତା ସହିତ ବି ଆଣୁଥିଲେ ବିଡା ବିଡା ଟଙ୍କା।
ପୋଲିସ ଯେତେବେଳେ ଗାଡି ଯାଞ୍ଚ କରିଥିଲା ସେତେବେଳେ ଏହି ଦୁଇଜଣ ଅଭିଯୁକ୍ତ ପୋଲିସକୁ ଦେଖି ଗାଡି ସ୍ପିଡ କରିଦେଇଥିଲେ। ତା'ପରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ପିଛା କରିଥିଲା।
ଏବେ ଧରାପଡ଼ିଛନ୍ତି ଦୁଇଜଣ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ପୋଲିସକୁ ମିଳିଛି ବଡ ସଫଳତା। ଏହି ଦୁଇଜଣ ଅଭିଯୁକ୍ତ ହେଉଛନ୍ତି ବୌଦ୍ଧ ଜିଲ୍ଲାର ସାଲିବାଗର ଆଶିଷ ବାଗ ଏବଂ
ଅନ୍ୟଜଣେ ହେଲେ ସମ୍ବଲପୁର ଜିଲ୍ଲା ରାଇରାଖୋଲ ଥାନା ଅନ୍ତର୍ଗତ ଧନିସା ଗାଁ'ର ମନୋଜ କୁମାର ଇଣ୍ଡି। ତେବେ ଏହି ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।