Feb 29, 2024, 16:39 IST

ବନବାସ ସମୟରେ ଏହି ଦେବୀଙ୍କୁ ପୂଜା କରୁଥିଲେ ପ୍ରଭୂ ଶ୍ରୀରାମ ଦେଖନ୍ତୁ ଏବେବି ଚାଲିଛି ଏହି ପରମ୍ପରା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଓଡ଼ିଶାରେ ଅନେକ ଲୋକ ଅଛନ୍ତି ।
Special report
ଭାରତରେ ସବୁ ଧର୍ମାବଲମ୍ବୀ ଲୋକ ବସବାସ କରନ୍ତି । ଆସ୍ଥା ଆଉ ବିଶ୍ଵାସର ଯାତ୍ରା ହେଉଛି ମାଘ ଯାତ୍ରା । ମାଲକାନଗିରି ମାଟିର ଦେବୀ ମା ଦାମଲଦେଇଙ୍କ ଅଞ୍ଚଳର ପ୍ରସିଦ୍ଧ ଯାତ୍ରା ହେଉଛି ମାଘ ଯାତ୍ରା । 
ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଓଡ଼ିଶାର ଅନେକ ଲୋକ ଏହି ଅଞ୍ଚଳକୁ ଯାତ୍ରା ଦେଖିବାକୁ ଆସନ୍ତି । ରାତି ଉଜାଗର ରହି ମାଙ୍କୁ ଦେଖିବାକୁ ଲୋକମାନେ ଏଠାକୁ ଆସିଥାନ୍ତି । ସେମାନଙ୍କର ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି ।
Special report
ଲୋକମାନେ ମାଙ୍କୁ ବିଶ୍ବାସ କରିଥାନ୍ତି । ମାଲକାନଗିରି ଜିଲ୍ଲା ଖଇପୁର ବ୍ଲକ୍ ସଦର ମହକୁମା ଠାରେ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ସେଠାରେ ଭିଡ ଜମିଥିଲା । ଏ ବର୍ଷ ମଧ୍ୟ ଏହି ପୂଜା ପାଳନ ହୋଇଛି ।
ମାଙ୍କ ପୂଜାରେ ଚଳ ଚଞ୍ଚଳ ହୋଇ ଉଠିଛି ସହର । ମାଙ୍କ ଯାତ୍ରା ଦେଖିବା ପାଇଁ ଲୋକମାନଙ୍କର ଭିଡ ଜମିଛି । ଚଳ ଚଞ୍ଚଳ ହୋଇ ଉଠିଛି ସହର । ସହର ପରିକ୍ରମା କରି ଆସୁଛନ୍ତି ମାଆ ଆଉ ସେଥିପାଇଁ ଘର ଅଗଣାରେ ଫୁଲ ଦୀପ ଧରି ମାଙ୍କୁ ପୂଜା କରିବାକୁ ଛିଡ଼ା ହୋଇଛନ୍ତି ହଜାର ହଜାର ଭକ୍ତ ।
Special report
ମାଆ ଦାମଲଦେଇଙ୍କ ଯାତ୍ରା ତିନିଦିନ ପାଳନ ହୋଇଥାଏ । ମାଆଙ୍କୁ ବିମାନରେ ଆଣି ପୂଜାର୍ଚ୍ଚନା କରାଯାଇଥାଏ । ମାଙ୍କୁ ବାହାରେ ରଖାଯାଇଥାଏ ।ଆଉ ଗାଁ ପରିକ୍ରମା କରାଯାଇଥାଏ ।
Special report
ସବୁ ବର୍ଷ ପରି ଏବର୍ଷ ମଧ୍ୟ ପୂଜା ହୋଇଛି । ଗଣ୍ଡାପାହାଡର ପାଦ ଦେଶରେ ଏହି ଅଞ୍ଚଳ ଅବସ୍ଥିତ । ବିଧି ଅନୁସାରେ ମଧ୍ୟ ଏହି ପୂଜା ବିଷୟରେ ସବୁ ରୀତିନୀତି ଅନୁସାରେ ଏହି ପୂଜା କରାଯାଇଥାଏ ।
ଲୋକକଥା ଆଉ ପୁରାଣ ଅନୁସାରେ ପ୍ରଭୁ ରାମଚନ୍ଦ୍ର ଆଉ ସୀତା ଏବଂ ଲକ୍ଷ୍ମଣ ମାଆ ଦାମଲଦେଇଙ୍କୁ ପୂଜା କରିଥିଲେ । ଆଉ ସେ ମାଙ୍କୁ ପୂଜା କରିଥିବାର ପ୍ରମାଣ ମଧ୍ଯ ଅଛି । ଏହି ଯାତ୍ରା ବହୁତ ଧୁମଧାମରେ ପାଳନ ହୋଇଥାଏ । ଏହି ପୂଜା ଦେଖି ଲୋକମାନେ ବହୁତ ଖୁସି ହୋଇଛନ୍ତି ।

Advertisement