ନମସ୍କାର ପାଠକ ବନ୍ଧୁ।ପୁତୁରା ର କୋଦାଳ ଚୋଟ ରେ ଦାଦା ହେଲା ବେହାଲ।ସାମାନ୍ୟ କୁକୁଡ଼ା କୁ କେନ୍ଦ୍ର କରି ଦାଦା ଓ ପୁତୁରା ଙ୍କ ମଧ୍ୟରେ ଲାଗି ଥିଲା ବିବାଦ।ଶେଷ ରେ ଦାଦା ଖୁଡି ଙ୍କୁ ପାଖରେ ପଡ଼ି ଥିବା କୋଦାଳ ରେ ହାଣି ପକାଇ ଥିଲା ପୁତୁରା।

ଏଭଳି ଏକ ଘଟଣା ଦେଖିବାକୁ ମିଳି ଥିଲା ଘଷିପୁରା ଥାନା ନିରିଗୀମୁଣ୍ଡି ଅଞ୍ଚଳ ରେ।ଏଠାରେ ରହୁଥିବା କୁଳମଣି ପରିଡ଼ା ଙ୍କ କୁକୁଡ଼ା ତାଙ୍କ ସମ୍ପର୍କୀୟ ବଜରି ପରିଡ଼ା ଙ୍କ ଘର କୁ ଚାଲି ଯାଇଥିଲା।ଏହା ପରେ ଉଭୟ ପରିବାର ମଧ୍ୟରେ ଜୋର ରେ ଝଗଡ଼ା ଲାଗି ଥିଲା।
ଏପରି ଅନେକ ଖବର ଆପଣ ମାନେ ଆଗରୁ ଶୁଣି ଥିବେ।ସାମାନ୍ୟ କୁକୁଡ଼ା କୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ କଥା କଟା କଟି ହୋଇ ଥିଲା।କୁଳମଣି ପରିଡ଼ା ଙ୍କ କୁକୁଡ଼ା ବଜରି ପରିଡ଼ା ଙ୍କ ବାଡ଼ି କୁ ଚାଲି ଯାଇ ଥିଲା।ଏହା ପରେ ଦୁଇ ପରିବାର ମଧ୍ୟରେ ଜୋର୍ ରେ ଝଗଡ଼ା ହୋଇ ଥିଲା।ଝଗଡ଼ା ଧୀରେ ଧିରେ ବଢ଼ିବାକୁ ଲାଗିଲା।

ବଜରି ପରିଡ଼ା ଙ୍କ ପୁଅ ରାଜେନ୍ଦ୍ର ପାଖରେ ପଡ଼ି ଥିବା କୋଦାଳ କୁ ଉଠାଇ ଆଣି ଖୁଡି ଙ୍କୁ ଚୋଟ ମାରିଥିଲେ।ଏହା ପରେ ତାଙ୍କ ହାତ କୁ ମାରି ଥିଲେ।ତାଙ୍କୁ ରକ୍ଷା କରିବା ପାଇଁ ଦାଦା ସେହି ସ୍ଥାନ କୁ ଆସିବା ପରେ ତାଙ୍କ ମୁଣ୍ଡ କୁ ଫଟେଇ ଦେଇ ଥିଲେ।
ଏହା ପରେ ତାଙ୍କ ଦାଦା ଖୁଡି ସେହି ଠାରେ ପଡ଼ି ଯାଇଥିଲେ।ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇ ଥିଲା।କୁଳମଣି ପରିଡ଼ା ଙ୍କ ବୋହୂ ଙ୍କୁ ଏ ନେଇ ପଚରା ଯାଇଥିଲା।ସେ କହିଥିଲେ କି ଦୁଇ ପରିବାର ମଧ୍ୟରେ ଅନେକ ଦିନ ରୁ ଜାଗାବାଡି ଗଣ୍ଡଗୋଳ ରହିଥିଲା।

ଏଥିପାଇଁ ସେମାନେ ସବୁବେଳେ ଝଗଡ଼ା କରି ଥାନ୍ତି।ହେଲେ ଆଜି ସାମାନ୍ୟ କୁକୁଡ଼ା କୁ ନେଇ ସେମାନଙ୍କ ଭିତରେ ଜୋର୍ ରେ ଝଗଡ଼ା ହୋଇ ଥିଲା।ସେମାନେ ଖରାପ ଭାଷା ରେ ଗାଳି ଗୁଲଜ କରିଥିଲେ।
ଏହା ପରେ ମୋ ଶାଶୁ ଙ୍କୁ କୋଦାଳ ରେ ହାଣି ପକାଇ ଥିଲେ।ମୋ ଶ୍ୱଶୁର ଅଟକାଇବା ପାଇଁ ଯିବା ବେଳେ ତାଙ୍କୁ ମଧ୍ୟ ହାଣି ପକାଇ ଥିଲେ।ଏ ନେଇ ଆମେ ଥାନା ରେ ଅଭିଯୋଗ କରିଛୁ ବୋଲି କହିଥିଲେ ତାଙ୍କ ବୋହୂ।
ଏବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।ସାମାନ୍ୟ ଘଟଣା କୁ କେନ୍ଦ୍ର କରି ପୁତୁରା ଦାଦା କୁ ହାଣି ପକାଇଛି।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ଲାଗି ରହିଛି।