Updated: Jan 22, 2024, 12:30 IST

ପରିବର୍ତ୍ତନ ହେଲା ପାଗ ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ସାବଧାନ ରୁହନ୍ତୁ ଏହି ସମସ୍ତ ଜିଲ୍ଲା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ପାଗ ବିଷୟରେ କିଛି ଖବର ଆପଣମାନେ ପାଇପାରିବେ।
Special report
ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସିଥିବା ସୂଚନା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ପୂର୍ବରୁ ପାଣିପାଗ ଅନେକ ବିଷୟରେ ସୂଚନା ଦେଇଥିଲା । ଏବେ ପାଣିପାଗ ଦେଇଥିବା ସୂଚନା ଅନୁସାରେ ପାଗ ବଦଳିବାକୁ ଯାଉଛି ।
ଆସନ୍ତା କାଲି ଏବଂ ତା ପରଦିନ ଘନ କୁହୁଡି ହେବ । ୨୨ ତାରିଖ ଏବଂ ୨୩ ତାରିଖ ରାଜ୍ୟରେ ପ୍ରବଳ କୁହୁଡି ହେବ । ଏନେଇ ଅନେକ ଜିଲ୍ଲାକୁ ଆର୍ଲଟ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ରହିବ ।
Special report
ଆଭ୍ୟନ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ କିଛି ସ୍ଥାନରେ ଘନ କୁହୁଡ଼ି ପାଇଁ ଯାତାୟତ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ଦିନରେ ଅନେକ କୁହୁଡି ହେବ । ଅନେକ ସ୍ଥାନରେ ବର୍ଷା ବି ହୋଇପାରେ ।
ଆସନ୍ତା ୨୨ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା , କନ୍ଧମାଳ, ବୌଦ୍ଧ, ସୋନପୁର , କଟକ , ଅନୁଗୁଳ ଓ ବଲାଙ୍ଗିରର ବିଭିନ୍ନ ସ୍ଥାନରେ ବର୍ଷା ସହ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇପାରେ
Special Report
ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉତ୍ତର ଉପକୂଳ ପାର୍ଶ୍ଵବର୍ତ୍ତୀ ଓ ମଧ୍ୟବର୍ତ୍ତୀ ସ୍ଥାନରେ ସ୍ୱଳ୍ପ ଧରଣର କୁହୁଡି ଦେଖାଯିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି । 
୨୩ ତାରିଖରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ଏବଂ କଳାହାଣ୍ଡିର କିଛି ସ୍ଥାନରେ ସକାଳୁ ଘନ କୁହୁଡି ରହିବ । ସେହିଭଳି ୨୫ ତାରିଖ ଯାଏଁ ଅଭ୍ୟନ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ସମ୍ଭାବନା ରହିଛି ।
ରାତିର ତାପମାତ୍ରା ବଢିବ ବୋଲି କୌଣସି ସମ୍ଭାବନା ନାହିଁ । କୋରାପୁଟରେ ସବୁଠାରୁ କମ୍ ତାପମାତ୍ରା ୯.୩ ଥିଲା । ୨୨,୨୩ ତାରିଖରେ କୁହୁଡି ହେବ । ୨୨ ,୨୩ ,୨୪ ,୨୫ ତାରିଖରେ ବର୍ଷା ହେବାର ସମ୍ଭାବନା ଅଛି ।

Advertisement