Apr 27, 2024, 17:30 IST

ମାଡ଼ି ଆସୁଛି ଭୟଙ୍କର କାଳ ବୈଶାଖୀ ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ସୂଚନା ପାଇପାରିବେ ।
ଏବେ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିଛି । ପୁଣି ମାଡ଼ି ଆସୁଛି କାଳବୈଶାଖୀ । ଏବେ କାଳବୈଶାଖୀକୁ ନେଇ ଆସିଲା ତାଜା ଖବର । ପୁଣି ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଣ୍ଡବ ରଚିବ କାଳବୈଶାଖୀ । 
Hh
ବିଜୁଳି ଘଡଘଡି ସାଙ୍ଗକୁ ପବନ ଅତି ବେଗରେ ବହିବ । ପୁଣି ତୁହା କୁ ତୁହା କାଚିବ ବର୍ଷା । ପୁଣି କାଳବୈଶାଖୀ ବର୍ଷାର ପ୍ରଭାବ ଦେଖିବ ସାରା ଓଡ଼ିଶା । ଏବେ କାଳବୈଶାଖୀ ବର୍ଷାର ପ୍ରଭାବ ନେଇ ପୂର୍ବାନୁମାନ କରାଯାଇଛି ।
ରାଜ୍ୟରେ ଲଗାତାର ଭାବରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଆଉ ଏହି ଗ୍ରୀଷ୍ମର ପ୍ରଭାବ ବହୁତ ଅଧିକ ରହିଛି ସେଥିପାଇଁ କିଛି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ମଧ୍ୟ କରାଯାଇଛି । ୯ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 
ପୁଣି ଏହି ଗ୍ରୀଷ୍ମ ଲହରୀ ଭିତରେ ମାଡି ଆସୁଛି କାଳବୈଶାଖୀ । ଦକ୍ଷିଣ ଓଡ଼ିଶା ସମେତ ଅନେକ ଆଖପାଖ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଇତ୍ୟାଦି ସ୍ଥାନରେ
Jj
ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ପଶ୍ଚିମ ଦିଗରୁ ଗରମ ପବନ ବହିବା ଦ୍ଵାରା ଅଧିକ ଗରମ ଅନୁଭୂତ ହେଉଛି । ଦିନର ତାପମାତ୍ରା ବହୁତ ଅଧିକ ରହିବ । ଆଉ ଏହି ତାପମାତ୍ରା ଅଧିକ ହୋଇପାରେ ବୋଲି ସୂଚନା ମିଳିଛି।
ସବୁଠାରୁ ଅଧିକ ଗ୍ରୀଷ୍ମ ଝାରସୁଗୁଡ଼ା ଜିଲ୍ଲାରେ ରେକର୍ଡ କରାଯାଇଛି । ଏହାସହ ସମ୍ବଲପୁର ଏବଂ ହୀରାକୁଦ ଜିଲ୍ଲାରେ ମଧ୍ୟ ଅଧିକ ଗ୍ରୀଷ୍ମ ପ୍ରବାହ ରେକର୍ଡ କରାଯାଇଥିଲା ଯାହାର ପରିମାଣ ୪୩ ଡିଗ୍ରୀ ଥିଲା । ଆଜି ଅପରାହ୍ନ ୨.୩୦ ସୁଦ୍ଧା ୪୩ ଡିଗ୍ରୀ ପାରଦ ଟପି ଯାଇପାରେ ବୋଲି ସୂଚନା ମିଳିଛି ।
ଆଗକୁ ଆହୁରି ପାଞ୍ଚ ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ହେବ ବୋଲି ସୂଚନା ମିଳିଛି । ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ କରିବ । ସେଥିପାଇଁ କିଛି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Advertisement