Feb 27, 2024, 09:16 IST

ଓଡ଼ିଶା କୁ ଆଉ ଆସିବନି ଇଲେକ୍ଟ୍ରି ବିଲ.. କାରଣ ଜାଣିଲେ ଆପଣ ଙ୍କ ପାଦ ତଳୁ ମାଟି ଖସିଯିବ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚଳିତ ମାସ ଓଡ଼ିଶାରେ ଆସିବନି ଇଲେକ୍ଟ୍ରୀ ବିଲ୍। କୌଣସି କାରଣରୁ ହୋଇ ପାରୁ ନାହିଁ ବିଦ୍ୟୁତ ମିଟର ରିଡ଼ିଂ। ପୂର୍ବ ତିନି ମାସକୁ ଆକଳନ କରି ଦିଆଯିବ ବିଲ୍।
Special report
ଖବର ଅନୁସାରେ ଏହା ସୁଚନା ଆସିଛି କି ଚଳିତ ମାସ ବିଜୁଳି ବିଲ୍ ଆସିବ ନାହିଁ ବୋଲି। ଗତ ତିନି ମାସ କୁ ଆଧାର କରି ଉପଭୋକ୍ତା ମାନଙ୍କୁ ହାରାହାରି ଅସ୍ଥାୟୀ ବିଲ ପ୍ରଦାନ କରାଯାଉଛି। ତେବେ ମାର୍ଚ୍ଚ ମାସ ଠାରୁ ବିଲ୍ ନିୟମିତ କରାଯିବ ବୋଲି,
TPCODL ପକ୍ଷରୁ ସୁଚନା ଦିଆ ଯାଇଛି। ଗ୍ରାହକ ମାନେ ଅନଲାଇନ ରେ କିମ୍ବା TPCODL ଗ୍ରାହକ ସେବା କେନ୍ଦ୍ର ଅଥବା TPCODL ର ଅଫିସ୍ ରେ ବିଦ୍ୟୁତ୍ ବିଲ୍ ପୈଠ କରିବା ନେଇ ଅନୁରୋଧ କରାଯାଇଛି।
ସେହିପରି ଉପଭୋକ୍ତା ମାନେ ଆମାଜନ, ଗୁଗଲ ପେ, ଫୋନ୍ ପେ, ପେ ଟିଏମ , ଏୟାରଟେଲ ପେମେଣ୍ଟ ଭଳି ଅନଲାଇନ ମାଧ୍ଯମରେ ବିଦ୍ୟୁତ୍ ଦେୟ ପୈଠ କରି ପାରିବେ। ଏହା ଦ୍ବାରା ସେମାନେ ରିହାତି ମଧ୍ୟ ପାଇ ପାରିବେ।
Special report
ଏହା ପୂର୍ବରୁ ବିଦ୍ୟୁତ୍ ଶୁଳ୍କ ମଧ୍ୟ ନିୟାମକ ଭାବରେ ହ୍ରାସ କରାଯାଇଛି। ଘରୋଇ ବର୍ଗରେ ଖୁଚୁରା ଯୋଗାଣ ଶୁଳ୍କ ଦଶ ପଇସା ହ୍ରାସ କରାଯାଇଅଛି ବୋଲି OERC ସୁଚନା ପ୍ରଦାନ କରିଛି।
ଖୁଚୁରା ଯୋଗାଣ ଶୁଳ୍କ ୧୦ ପଇସା ହ୍ରାସ କରାଯାଇଛି ବୋଲି ଏହା କୁହା ଯାଉଛି। ଅନ୍ୟ ସମସ୍ତ ବର୍ଗର ଖୁଚୁରା ଯୋଗାଣ ଶୁଳ୍କ ସଂଶୋଧିତ ହୋଇ ନାହିଁ। ସେହି ଗୁଡ଼ିକର ଆର୍ଥିକ ବର୍ଷ ୨୦୨୪-୨୫ ସହ ତିନି ବର୍ଷ ପାଇଁ ସ୍ଥିର ରହିଛି।
ବିପିଏଲ ଗ୍ରାହକଙ୍କ ଶୁଳ୍କ ୮୦ ରୁ ୭୦ କୁ ହ୍ରାସ କରାଯାଇଛି। ଏପିଏଲ ଚୟନ କରିଥିବା ଗ୍ରାହକ ମାନେ ବିଲ୍ ପିଛା ୧୦ ଟଙ୍କା ରିହାତି ପାଇବେ। ଏଭଳି ନୁଆ ନୁଆ ନିୟମ ଆସିବା ପରେ ଲୋକ ମାନେ ଏନେଇ ଖୁବ ଖୁସୀ ହୋଇ ଯାଇଛନ୍ତି।
ବିଦ୍ୟୁତ୍ ଶୁଳ୍କ ସମ୍ପର୍କରେ ସଂପୂର୍ଣ୍ଣ ଜାଣିବାକୁ ହେଲେ ଆପଣଙ୍କୁ ଏହି ଭିଡିଓ ସଂପୂର୍ଣ୍ଣ ଭାବରେ ଦେଖିବାକୁ ପଡ଼ିବ।ତେବେ ଏହାକୁ ନେଇ ଆପଣ ମାନେ କେତେ ଖୁସୀ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement