Updated: Nov 22, 2023, 17:14 IST

ଆସୁଛି ସାଙ୍ଘାତିକ ବର୍ଷା ଦେଖନ୍ତୁ ମିଳିଲା ସତର୍କ ସୂଚନା ଏହିସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଉପକୂଳ ଓଡ଼ିଶାରେ ବଦଳୁଛି ପାଗ। ପଶ୍ଚିମା ଝଡ଼ ଓ ପୂର୍ବାଳୀ ତରଙ୍ଗ ବାୟୁ ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନର ପାଗ ଆଂଶିକ ମେଘୁଆ ରହିଥିଲା।
Special report
କିଛି କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଯାଇଛି। ଏକ ପୂର୍ବାଳୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରୁ ଶ୍ରୀଲଙ୍କା ଓ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ହୋଇ ଗତିକରୁଛି। 
ଫଳରେ ଆସନ୍ତାକାଲି ମଧ୍ୟ ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଧା, ପୁରୀ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ
Special report
ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।ଏହା ପରଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ନିର୍ମଳ ଆକାଶ ଯୋଗୁଁ ଖରା ଟାଣ ହେବ। 
ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ପରିବର୍ତ୍ତନର ବିଶେ‌ଷ ସମ୍ଭାବନା ନାହିଁ। ଫଳରେ ଏବେ ଶୀତ ପ୍ରକୋପ ଅପେକ୍ଷାକୃତ କମ ରହିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳଗୁଡ଼ିକର ପାଗ ଆଂଶିକ ମେଘୁଆ ରହିବ।
Special report
ସର୍ବୋଚ୍ଚ ଦିନ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆସନ୍ତା ୨୫ ତାରିଖ ଓ ୨୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ସହ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଗୁଆ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଏପଟେ ୨ରୁ ୩ ଡିଗ୍ରୀ ବଢ଼ିଛି ରାତି ତାପମାତ୍ରା। ଭୁବନେଶ୍ବରରେ ୨ ଡିଗ୍ରୀ, କଟକରେ ୩ ଡିଗ୍ରି, ଆଭ୍ୟନ୍ତର ଓଡ଼ିଶାରେ ୨ରୁ ୪ଡିଗ୍ରୀ ବଢ଼ିଛି ତାପମାତ୍ରା। ପ୍ରଭାବରେ କମିଛି ଶୀତର ପ୍ରକୋପ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରଭାବ ନାହିଁ।

Advertisement