ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
  
 ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ରାଜଧାନୀ ଭୁବନେଶ୍ଵରରେ ହେଇଛି ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା। 
  
 ଭୁବନେଶ୍ୱରରେ ଝଡ଼ ବାତ୍ୟା ସହିତ ପବନ ଯୋଗୁଁ ଭାଙ୍ଗିଯାଇଛି ବଡ଼ବଡ଼ ଗଛ। ତେବେ ବର୍ଷା ହେବା କାରଣରୁ ଅସହ୍ୟ ଗରମ ଓ ଗୁଳୁଗୁଳି ସାମାନ୍ୟ ଆଶ୍ୱସ୍ତି ମିଳିଛି। ପ୍ରବଳ ମାତ୍ରାରେ ବର୍ଷା ହେବା ଯୋଗୁଁ ବଡବଡ ଗଛ ସବୁ ଭାଙ୍ଗି ଯାଇଥିବା ଜଣାପଡିଛି।
   
 କିଛିକିଛି ଜାଗାରେ ଗଛ ଡାଳ ପଡ଼ି ରାସ୍ତା ଅବରୋଧ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ବିଭିନ୍ନ ସ୍ଥାନରେ ଯିବାଆସିବାରେ ହେଉଛି ଅସୁବିଧା। 
  
 ବନ୍ଧୁଗଣ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପ୍ରବଳମାତ୍ରାରେ ବର୍ଷା ହେବାର ଆଶଙ୍କା ରହିଛି। ଘଡଘଡି ସାଙ୍ଗକୁ ତଫାନ୍ ଆସିପାରେ ବୋଲି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
   
 ପାଣିପାଗ ବିଭାଗ କହିବା ଅନୁସାରେ ଆସନ୍ତା ୪ ତାରିଖ ମଧ୍ୟରେ ମହାରାଷ୍ଟ୍ର, ଛତିଶଗଡ, ଓଡ଼ିଶା ଆନ୍ଧ୍ରପ୍ରଦେଶ ଆଉ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମୌସୁମୀ ଆଗକୁ ବଢିବା ପାଇଁ ପାଗ ବେଶ୍ ଅନୁକୂଳ ରହିଛି। 
  
 ଆସନ୍ତା ୭ ଦିନ ଭିତରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଏବଂ ସିକିମରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଇପାରେ।
 
 ଏହାରି ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହେବା ସହିତ ପବନ ବେଗ ପ୍ରାୟ ୪୦ ରୁ ୫୦ କିଲୋମିଟର ଭିତରେ ରହିପାରେ ବୋଲି ଅନୁମାନ କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
                            
 
                                        
                                    