ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ବଙ୍ଗୋପ ସାଗର ରେ ଏକ ବଡ ଲଘୁଚାପ ସୃଷ୍ଟି ହୋଇଛି।ଏହା ରବିବାର ସନ୍ଧ୍ୟା ଠାରୁ ଘନୀଭୂତ ହେବ।ଏହା ର ପ୍ରଭାବ ରେ ରାଜ୍ୟ ରେ ଗତକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବର୍ଷା।

କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏ ବିଷୟ ରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।ଆଉ ଅଳ୍ପ ସମୟ ଭିତରେ ବାତ୍ୟା ଉପକୂଳ ଛୁଇଁବ ବୋଲି ଶୁଣା ଯାଉଛି।
ଆଜି ଠାରୁ ଗଭୀର ଅବପାତ ର ରୂପ ନେବାକୁ ଯାଉଛି ଲଘୁଚାପ।ସେଥିପାଇଁ ସମୁଦ୍ର କୂଳ କୁ ନ ଯିବା ପାଇଁ ଭାରତୀୟ ପାଣିପାଗ ବିଭାଗ ଏବେ ଠାରୁ ସତର୍କ ସୂଚନା ଜାରି ରଖିଛି।ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନ କୁ ପଠାଇବା ପାଇଁ କୁହା ଯାଇଛି।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ କେନ୍ଦ୍ରୀଭୂତ ହେଇଛି।ଏହା ଆଗକୁ ଆହୁରି ଘନୀଭୂତ ହୋଇ ସ୍ଥଳ ଭାଗ ଆଡ଼କୁ ମାଡି ଆସିବ।ରବିବାର ରାତି ରେ ଏହା ବଢି ଚାଲିବ।ଓ ସୋମବାର ମଧ୍ୟରାତ୍ର ସୁଦ୍ଧା ଏହା ସ୍ଥଳ ଭାଗ ଛୁଇଁ ଅଧିକ ରୁ ଅଧିକ କ୍ଷତି ଘଟାଇବ।
ପାଣିପାଗ ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୬୧୦ କିଲୋ ମିଟର ଦୂର ରେ କେନ୍ଦ୍ରୀଭୂତ ହୋଇଛି।ଆସନ୍ତା ୨୪ ଘଣ୍ଟା ମଧ୍ୟମ ରେ ଏହା ଆଗକୁ ଆସି ଅନେକ କ୍ଷୟ କ୍ଷତି ଘଟାଇବ।

ସୋମବାର ଏହା ଅଧିକ ଘନୀଭୂତ ହୋଇ ବାଂଲାଦେଶ ଓ ପଶ୍ଚିମ ବଙ୍ଗ ଆଡ଼କୁ ମୁହାଁଇବା ନେଇ ସୂଚନା ରହିଛି।ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଆସନ୍ତା ୨୭ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ।
ସେହି ସମୟ ମଧ୍ୟରେ ମତ୍ସଜୀବୀ ମାନଙ୍କୁ ସମୁଦ୍ର ନ ଯିବା ପାଇଁ ବାରଣ କରାଯାଇଛି।ଉତ୍ପତ୍ତି ସମୟ ରେ ଏହା ଗଭୀର ଅବପାତ ର ରୂପ ନେଇ ପାରେ।କିଛି ସ୍ଥାନ ରେ ଅଳ୍ପ ପରିମାଣ ରେ ବର୍ଷା ହୋଇ ପାରେ।ଏହି ସମୟ ମଧ୍ୟରେ ପବନ ର ବେଗ ସର୍ବାଧିକ ୮୦ କିଲୋ ମିଟର ରହିପାରେ।