Updated: Nov 30, 2023, 19:21 IST

ଆସିଲା ପ୍ରବଳ ବର୍ଷାର ସତର୍କ ସୂଚନା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ରେଡ ଆଲର୍ଟ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ। ପାଣିପାଗ କେତେବେଳେ କଣ ଯେ ରହିବ ସେକଥା କିଏ ଜାଣିଛି।
Special report
କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିବା ଦ୍ବାରା ସଚେତନ ହୋଇପାରିବେ। ଆଉ ସଚେତନ ରହିଲେ ଆପଣମାନେ ସୁରକ୍ଷିତ ରହିପାରିବେ। ଏବେ ଖବର ଆସୁଛି କି ଆଉ ଏକ ବାତ୍ୟା ଆସୁଛି। 
ତେବେ ବନ୍ଧୁଗଣ ସାରା ଓଡ଼ିଶା ପାଇଁ ଘାରିଛି ସମ୍ଭାବ୍ୟ ବାତ୍ୟାର ଭୟ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀକୂଳ ପର୍ଯ୍ୟନ୍ତ ବାତ୍ୟା ଭୟରେ ରହିଛନ୍ତି। ବଙ୍ଗୋପସାଗରେ ଏହି ବାତ୍ୟା ସମ୍ଭାବନା ଦେଖିବାକୁ ମିଳିଛି।
Special report
ଆଇଏମଡି ଜିଏଫଏସ ବା ଗ୍ଲୋବାଲ ପରକାଷ୍ଟିଙ୍ଗ ସିଷ୍ଟମ ଏ ନେଇ ପୂର୍ବାନୁମାନ କରିଛି। ଆସନ୍ତା ଡିସେମ୍ବର ୧ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ ବୋଲି କୁହାଯାଇଛି। 
ତେବେ ଏହାପରେ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।
Special report
ତେବେ ଡିସେମ୍ବର ୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ଦର୍ଶାଇଛି ଆଇଏମଡି। ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି। 
ଆସନ୍ତା ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ। ୨ ତାରିଖରେ ସମୁଦ୍ର ଅଧିକ ଅଶାନ୍ତ ହେବା ସମ୍ଭାବନା ରହିଛି।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଦିଆଯାଇ ନଥିବା ବେଳେ ଫସଲ ଅମଳ ବେଳେ ଏହି ବାତ୍ୟାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀକୂଳ।

Advertisement