ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତୀୟ କ୍ରିକେଟର ଶୁଭମନ ଗିଲ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ପ୍ରାୟ ଦୀର୍ଘଦିନ ହେଲାଣି ଏହି ଚର୍ଚ୍ଚା ଲାଗିରହିଛି।
ତେବେ ଉଭୟଙ୍କ ମଧ୍ୟରେ କେଉଁ ସମ୍ପର୍କ ରହିଛି ସେନେଇ ପ୍ରଶ୍ନ ଉଠୁଥିବା ବେଳେ ତାଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିବା କୁହାଯାଉଛି। କିନ୍ତୁ ଏହି ଗୁଜବକୁ ନେଇ ଉଭୟ କେବେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି।

ମାତ୍ର ସେମାନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ସବୁବେଳେ ଚର୍ଚ୍ଚାକୁ ସୁରାକ ଯୋଗାଇଥାଏ। ଏହିପରି ଏକ ପୋଷ୍ଟକୁ ନେଇ ଏବେ ପୁଣିଥରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି।
ତେବେ ବନ୍ଧୁଗଣ ବାସ୍ତବରେ ଆଇପିଏଲ ୨୦୨୪ରେ ସିଜିନରେ ଗୁଜୁରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ୩୨ତମ ମୁକାବିଲା ଖେଳା ଯାଇଥିଲା ଅହମ୍ମଦାବାଦର ନରେନ୍ଦ୍ରମୋଦି ଷ୍ଟାଡ଼ିୟମରେ।
ଆଉ ଏହି ମୁକାବିଲାରେ କ୍ୟାମେରାମ୍ୟାନ ମିଷ୍ଟ୍ରି ଗାର୍ଲଙ୍କୁ ଦେଖାଇଥିଲେ। ଏହାପରେ କ୍ୟାମେରାମ୍ୟାନ ସ୍କିନ ଉପରେ ଦେଖାଇଥିଲେ ଶୁଭମନ ଗିଲଙ୍କୁ। ତେବେ ଏହାପରଠାରୁ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଯାହାକି ସୁନ୍ଦର ଯୁବତୀଙ୍କୁ ଦେଖି ଶୁଭମନ ପୁରା ଫିଦା ହୋଇପଡ଼ିଥିଲେ। ଏହାକୁ ନେଇ ସେହି ସୁନ୍ଦରୀ ଯୁବତୀ ଜଣକ କିଏ ବୋଲି ୟୁଜର ମାନେ ପଚାରିଥିଲେ। ଯାହାକୁ ନେଇ ଚର୍ଚ୍ଚା ହେଉଥିଲା ଯେ, ସାରା ତେନ୍ଦୁଲକରଙ୍କୁ ଶୁଭମନ ଗିଲ୍ ଧୋକା ଦେଇଥିଲେ।
ଶୁଭମନ ଗିଲ୍ଙ୍କ ସହ ସାରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ନଜର ଆସିଥିଲେ ଗିଲ୍। ଯାହାକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। କିଛି ସୋସିଆଲ ମିଡିଆ ୟୁଜର କହିଥିଲେ ସାରାଙ୍କ ସହ ଆଉ ରିଲେସନସିପ୍ରେ ନାହାନ୍ତି ଗିଲ୍।
ଆଉ କିଛି କହୁଥିଲେ ସାରାଙ୍କୁ କେବେ ଠାରୁ ଭୁଲିସାରିଛନ୍ତି ଶୁଭମନ। ତେବେ ବନ୍ଧୁଗଣ ସତରେ କଣ ସୁନ୍ଦରୀ ଯୁବତୀ ଉପରେ ଫିଦା ହୋଇପଡିଛନ୍ତି ଗିଲ ନା ଏହା ଏକ ଗୁଜବ ମାତ୍ର।