Updated: Feb 20, 2024, 16:11 IST

ଅନୁଭବ ମହାନ୍ତିଙ୍କ ଏହି ଦୁଃଖ ସମୟରେ ମୁଁହ ଖୋଲିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ ଜଗତର କଳାକାର ଅନୁଭବ ମହାନ୍ତିଙ୍କୁ ଜାଣିଥିବେ । ଅଭିନେତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଦୁଃଖଦ ଖବର ଆସିଛି ।
Special Report
ଏହି ଦୁଃଖଦ ଖବର ହେଉଛି ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଆଉ ଏହି ଦୁନିଆରେ ନାହାଁନ୍ତି । ସେ ଆରପାରିକୁ ଚାଲି ଯାଇଛନ୍ତି । ୧୫ ତାରିଖରେ ଅଭିନେତା ଅନୁଭବ ମହାନ୍ତିଙ୍କ ବାପାଙ୍କର ଦେହାନ୍ତ ହୋଇଛି । 
ଏବେ ଅନୁଭବ ମହାନ୍ତି ଦୁଃଖରେ ଭାଙ୍ଗି ପଡିଛନ୍ତି । ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଚାଲିଯିବା ପରେ ତାଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ଯାଇଛି । ଏବେ ଏହାକୁ ୪ ଦିନ ହୋଇଗଲାଣି । ଏବେ ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି ଅନୁଭବ ମହାନ୍ତି ।
Special report
ଏବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ କିଛି ଖବର ଆସିଛି । ଶେଷରେ ମୁହଁ ଖୋଲିଲେ ବର୍ଷା ପ୍ରିୟଦର୍ଶିନୀ । ଗତ ୧୫ ତାରିଖ ବୁଧବାର ଦିନ ଅଭିନେତା ଅନୁଭବ ମହାନ୍ତିଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ସମସ୍ତେ ଭାବିଥିଲେ କି ବର୍ଷା ପ୍ରିୟଦର୍ଶିନୀ ନିଶ୍ଚୟ ତାଙ୍କ ଘରକୁ ଆସିବେ । 
ଆଉ ଯିଏ ଦିନେ ତାଙ୍କର ଶଶୁର ଥିଲେ ତାଙ୍କର ସେ ଶେଷ ଦର୍ଶନ କରିବେ । ଖୁବ୍ କମ୍ ସମୟ ଭିତରେ ଅଭିନେତା ଅନୁଭବ ମହାନ୍ତିଙ୍କ ବାପାଙ୍କ ମୃ-ତ୍ୟୁ ଖବର ସବୁଆଡେ ଶୁଣିବାକୁ ମିଳିଥିଲା । ସେଠାରେ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କୁ ଯେଉଁମାନେ ଜାଣିଛନ୍ତି
Special report
ସେମାନେ ପହଞ୍ଚିବା ସହିତ ଅଭିନେତା ଅନୁଭବ ମହାନ୍ତିଙ୍କ ସହ କଳାକାର, ପ୍ରଶଂସକ ଏବଂ ଶୁଭେଚ୍ଛୁ ପହଞ୍ଚିଥିଲେ । ସମସ୍ତେ ଭାବିଥିଲେ କି ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସେଠାକୁ ଯିବେ କିନ୍ତୁ ସେଠାକୁ ସେ ଯାଇ ନଥିଲେ । ସ୍ବର୍ଗତ ଅଭୟ ମହାନ୍ତିଙ୍କ ଶେଷକୃତ୍ୟ ସରି ଯାଇଥିଲା ବରଂ ବର୍ଷା ତାଙ୍କୁ ଦେଖିବାକୁ ଯାଇନଥିଲେ । 
ସମସ୍ତେ ଭାବିଥିଲେ କି ବର୍ଷା ପ୍ରିୟଦର୍ଶିନୀ ଆସିବେ କିନ୍ତୁ ସେ ଆସିଲେ ନାହିଁ । ଅନୁଭବ ମହାନ୍ତିଙ୍କୁ ସମବେଦନା ଜଣାଇବେ ବୋଲି ସମସ୍ତେ ଭାବୁଥିଲେ ଆଉ ସେ ତାହା ବି କରିଲେ ନାହିଁ । ଆଉ ସୋସିଆଲ ମିଡିଆରେ ମଧ୍ୟ ସେ ସବୁକିଛି ପୋଷ୍ଟ କରିଥାନ୍ତି କିନ୍ତୁ ଏବେ ଏକ ଲେଖା ପୋଷ୍ଟ କରିଛନ୍ତି ।
ସେ ଲେଖିଛନ୍ତି ସବୁଠାରୁ ଖରାପ ଯନ୍ତ୍ରଣାର ଏକ ଉଦ୍ଦେଶ୍ୟ ଅଛି ଆଉ ଏହା ଶକ୍ତିଶାଳୀ କରାଇଥାଏ । ସେ ଲେଖିଥିବା କଥା ଅନୁଭବଙ୍କ ପାଇଁ ଲେଖିଛନ୍ତି ନା ତାଙ୍କ ଶଶୁରଙ୍କ ପାଇଁ ସମବେଦନା ଜଣାଇଛନ୍ତି ତାହା ସେ ଦର୍ଶାଇ ନାହାଁନ୍ତି । ହୁଏତ ବର୍ଷା ନିଜ ଭାବନା ପ୍ରକାଶ କରିଛନ୍ତି । ଏଭଳି ଅନେକ ପ୍ରଶ୍ନ ଏବେ ଆସୁଛି ।

Advertisement