ନମସ୍କାର ପାଠକ ବନ୍ଧୁ। ପୁଣି ଥରେ ସାଂସଦ ଅନୁଭବ ମହାନ୍ତି ଙ୍କୁ ନୂଆ ବର୍ଷ ରେ ଭେଟି ଦେଇଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ।ଏଭଳି କିଛି ଏବେ କହି ବୁଲୁ ଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି।ବହୁତ ଚର୍ଚ୍ଚିତ ବିବାହ ବିଚ୍ଛେଦ ମାମଲା ର ଏ ଯାଏଁ ସମାଧାନ ହୋଇ ପାରୁ ନାହିଁ।
ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାଦ ଦୀର୍ଘ ଚାରି ବର୍ଷ ଧରି ଲାଗି ରହିଛି।ହେଲେ ଏହି ବିବାଦ ଦିନ କୁ ଦିନ ବଢିବାରେ ଲାଗିଛି। ଛାଡ ପତ୍ର କୁ କଟକ ହାଇ କୋର୍ଟ ଅନୁମତି ଦେଲା ପରେ ମଧ୍ୟ ସେମାନଙ୍କ ଭିତରେ ଛାଡ଼ପତ୍ର ହୋଇ ପାରୁ ନାହିଁ।
ଏବେ ପୁଣି ଥରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏଭଳି କିଛି କରିଛନ୍ତି କି ଯାହାକୁ ନେଇ ଅନୁଭବ ମହାନ୍ତି ଙ୍କ ନିଦ ହଜି ଯାଇଛି।ଆପଣ ମାନେ ଜାଣି ଥିବେ ଦୀର୍ଘ ଚାରି ବର୍ଷ ହେଲାଣି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଛାଡ ପତ୍ର ମାମଲା କୋର୍ଟ ରେ ପଡ଼ି ରହିଥିଲା।
କିଛି ଦିନ ତଳେ କଟକ ପାରିବାରିକ କୋର୍ଟ ଏହି ଛାଡ ପତ୍ର ମାମଲା କୁ ଖାରଜ କରି ଦେଇଥିଲା।ହେଲେ ଏହାକୁ ନେଇ ଅନୁଭବ ମହାନ୍ତି ହାଇ କୋର୍ଟ ଯାଇ ଥିଲେ।ସେଠାରେ ତାଙ୍କୁ ନ୍ୟାୟ ମିଳିଥିଲା।ସେମାନଙ୍କ ଛାଡ ପତ୍ର କୁ ଅନୁମତି ମିଳି ସାରିଛି।
ହେଲେ ଗତ କାଲି ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୁଣି ଥରେ ଗୋଟିଏ ଲେଖା ଲେଖିଛନ୍ତି।ସେଥିରେ ସେ କହିଛନ୍ତି କି ବର୍ଷା ମୋତେ ନୂଆ ବର୍ଷ ରେ ପୁଣି ଥରେ ଗୋଟିଏ ବଡ ଉପହାର ଦେଇଛନ୍ତି।
ସବୁବେଳେ ସତ ର ଜୟ ହୋଇ ଥାଏ।ତମେ ଯେତେ ମୋ ନାମ ରେ ମିଛ କହିଲେ ମଧ୍ୟ ତାହା କାମ ଦେବ ନାହିଁ।ମୁଁ ପୁଣି ଥରେ ଲଢ଼ିବାକୁ ପ୍ରସ୍ତୁତ ଅଛି।୨୦୨୪ ମଧ୍ୟ ମୋ ପାଇଁ ସେଭଳି ସମୟ ନେଇ ଆସୁଛି।ମୁଁ ଏଥିରେ ହାରି ଯିବି ନାହିଁ।ଲଢ଼ିବାକୁ ଏବେ ପ୍ରସ୍ତୁତ ଅଛି।ତମେ ଯେତେ ମିଛ କୁହ ପଛେ ମୋର କିଛି ହେବ ନାହିଁ।
ତାଙ୍କର ଏହି ଲେଖା ରୁ ଜଣା ପଡ଼ୁଚି କି ଅନୁଭବ ମହାନ୍ତି ଙ୍କ ନାମ ରେ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ କିଛି ଅଭିଯୋଗ କରିଛନ୍ତି।ହେଲେ ସେହି ଅଭିଯୋଗ ଟି କଣ ତାହା ଏ ଯାଏଁ ମଧ୍ୟ ଜଣା ପଡି ନାହିଁ।ଅନୁଭବ ମହାନ୍ତି ମଧ୍ୟ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି।
ଏବେ ଦେଖିବାକୁ ବାକି ରହିଲା ଏହି ଷ୍ଟାର ଦମ୍ପତି ଙ୍କ ବିବାଦ ର କେବେ ସମାଧାନ ହେଉଛି।କେବେ ଏମାନଙ୍କୁ ନ୍ୟାୟ ମିଳୁଚି।ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଉ ଅଛି।