Feb 18, 2024, 11:00 IST

ଅନ୍ଧୁଣୀ ମା ପାଇଁ କାନ୍ଦୁଛନ୍ତି ପ୍ରଯୋଜକ ଶୁତାଂଶୁ।ମୋ ସ୍ତ୍ରୀ ମୋତେ ଆଉ ଘରେ ପୁରାଉନି,କଣ ଆଉ କରିବି ମୁଁ...

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କିଛି ଭୁଲ ବୁଝାମଣା ପାଇଁ ସବୁବେଳେ ଗୋଟିଏ ପରିବାର ଭାଙ୍ଗିଯାଏ।ଏମିତି ଅନେକ ପରିବାର ରହିଛି ଯାହାକି ସାମାନ୍ୟ ଘଟଣା ପାଇଁ ସ୍ଵାମୀ ସ୍ତ୍ରୀ ଅଲଗା ହୋଇ ଯାଇଛନ୍ତି।
Special report
ଆଜି ଆମେ ସେଭଳି ଏକ ପରିବାର ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେପରି ଘଟଣା ଘଟିଛି ଓଡ଼ିଆ ସିନେ ଜଗତ ର ପ୍ରଯୋଜକ ସୁତାଂଶୁ ମହାନ୍ତି ଙ୍କ ସହିତ।ତାଙ୍କର ପରିବାର ରେ ସମସ୍ତେ ଥାଇ ମଧ୍ୟ ଆଜି ସେ ଏକୁଟିଆ ହୋଇ ଯାଇଛନ୍ତି।
ଯେ କେହି ତାଙ୍କର ଏହି ଦୁଃଖ ଭରା କାହାଣୀ ଶୁଣିଛି ଆଖିରୁ ଲୁହ ଚାଲି ଆସିଛି।ସୂଚନା ଅନୁସାରେ ସୂତାଂଶୁ କିଛି ବର୍ଷ ପୂର୍ବେ ବିବାହ କରି ଥିଲେ।ତାଙ୍କର ଛୋଟ ଝିଅ ଟି ମଧ୍ୟ ରହିଛି।
ତାଙ୍କ ସ୍ତ୍ରୀ ଓ ବାପା ମା କିଛି ବାହାର ଲୋକ ଙ୍କ କଥା ରେ ପଡ଼ି ତାଙ୍କୁ ଘରୁ ବାହାର କରି ଦେଇଛନ୍ତି।ତାଙ୍କ ଛୋଟ ଝିଅ ସହିତ ତାଙ୍କୁ ଦେଖା କରିବାକୁ ଦେଉ ନାହାନ୍ତି।ଏ କଥା ସେ ଏବେ ଗଣ ମାଧ୍ୟମ ଆଗରେ କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି।ସେ କହିଛନ୍ତି କି ମୁଁ ଜାଣିନି ମୁଁ ତାଙ୍କର କଣ କରିଛି।
Special report
ସେମାନେ ମୋତେ ଘରୁ ବାହାର କରି ଦେଲେ।ମୋତେ ମୋ ଝିଅ ସହିତ ବି ଦେଖା କରିବାକୁ ଦେଉ ନାହାନ୍ତି।ମୋ ସ୍ତ୍ରୀ ମୋତେ ବହୁତ ଭଲ ପାଉ ଥିଲା।ସବୁ ଦୁଃଖ କଷ୍ଟ ରେ ମୋ ସହିତ ଠିଆ ହୋଇ ଥିଲା।ଆଜି ସେ କିଛି ଲୋକ ଙ୍କ କଥା ରେ ପଡ଼ି ମୋ ଠାରୁ ଅଲଗା ହୋଇ ଯାଇଚି।
ଦିନ ଆସିବ ଯେତେବେଳେ ସେ ସବୁ କଥା ଜାଣିବ।ସେତେବେଳେ ମୁଁ ଏ ଦୁନିଆ ରେ ଥାଇ ପାରେ ନ ଥାଇ ପାରେ।ମୁଁ ସରସ୍ଵତୀ ପୂଜା ଦିନ ଝିଅ ସହିତ ଦେଖା କରିବାକୁ ଯାଇ ଥିଲି।ହେଲେ ମୋତେ ଦେଖା କରିବାକୁ ଦେଲେ ନାହିଁ।
ଏବେ ମୁଁ ଗୋଟିଏ ବୁଢ଼ୀ ମାଉସୀ ଙ୍କ ପାଖରେ ରହୁଛି।ତାଙ୍କୁ ହିଁ ମୁଁ ମୋ ମା ଭାବି ସାରିଛି।ତାର ସେବା କରିବି।ମୁଁ ଜାଣି ସାରିଛି ତାର ସେବା କଲେ ମୋତେ ଶାନ୍ତି ମିଳିବ।ମୋତେ ଆଉ କିଛି ଦରକାର ନାହିଁ।
ଏହି ବୁଢ଼ୀ ମାଉସୀ ମୋତେ ପାଇ ବହୁତ ଖୁସି ଅଛନ୍ତି।ମୁଁ ଆଉ ମୋ ପରିବାର ପାଖକୁ ଫେରିବାକୁ ଚାହୁଁ ନାହିଁ।ଏଠାରେ ରହି ମୋତେ ବହୁତ ଆନନ୍ଦ ମିଳୁଛି।ଏମିତି କିଛି କାନ୍ଦି କାନ୍ଦି ପ୍ରକାଶ କରିଛନ୍ତି ପ୍ରଯୋଜକ ଶୁତାଂଶୁ।

Advertisement