Updated: Nov 29, 2023, 11:57 IST

ଅମ୍ଳାନ ଙ୍କ ଉପରେ ପଡ଼ିଲା ଦୁଃଖ ର ପାହାଡ : ବାପା, ମା , ସାନ ଭାଇ ପରେ ଚାଲିଗଲେ ଆଇ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଅମ୍ଳାନ ଦାସ ଙ୍କୁ।ପ୍ରସିଦ୍ଧ ଓଡ଼ିଆ ଅଭିନେତା ମିହିର ଦାସ ଙ୍କ ପୁଅ ହେଉଛନ୍ତି ଅମ୍ଳାନ ଦାସ।ଦୁଃଖ ଯେପରି ତାଙ୍କ ଜୀବନ ରୁ ଶେଷ ହେଉ ନାହିଁ।
Special Report
ଭଗବାନ ଯେପରି ତାଙ୍କ ପରିବାର ଉପରେ ଦୁଃଖ ର କଳା ବାଦଲ ଘେରାଇ ରଖିଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ନିକଟ ରେ ସେ ତାଙ୍କ ବାପା ମିହିର ଦାସ ଓ ସାନ ଭାଇ ଅକ୍ଲାନ୍ତ ଙ୍କୁ ସବୁଦିନ ପାଇଁ ହରାଇ ଦେଇଥିଲେ।ଯାହାକୁ ନେଇ ସେ ବହୁତ ଚିନ୍ତା ରେ ଥିଲେ।
ଏବେ ତାଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ଆସି ପହଞ୍ଚି ଯାଇଛି।କୁହା ଯାଉଛି ଯେପରି ଭଗବାନ ତାଙ୍କ ପରିବାର କୁ କଷ୍ଟ ଦେଇ ଚାଲି ଛନ୍ତି।ତାଙ୍କ ଆଈ ଙ୍କୁ ଭଗବାନ ସବୁଦିନ ପାଇଁ ନିଜ ପାଖକୁ ନେଇ ଯାଇଛନ୍ତି।
ଯାହାକୁ ଅମ୍ଳାନ ବହୁତ ଭଲ ପାଉଥିଲେ।ସେ ଆଜି ଏ ଦୁନିଆ ଛାଡି ଚାଲି ଗଲେ।ତାଙ୍କ ମାଆ ଙ୍କ ମୃ-ତ୍ୟୁ ପରେ ଅମ୍ଳାନ ଓ ଅକ୍ଲାନ୍ତ ଙ୍କୁ ତାଙ୍କ ଆଈ ନିଜ ପୁଅ ଭଳି ଲାଳନ ପାଳନ କରିଥିଲେ।
Special Report
ଅମ୍ଳାନ ଙ୍କୁ ମଣିଷ କରିବା ରେ ତାଙ୍କ ଆଇ ଙ୍କ ବଡ ଭୂମିକା ରହିଛି।ଅମ୍ଳାନ ଙ୍କ ଆଇ ଗତ କିଛି ଦିନ ହେବ ଅନେକ ରୋଗ ରେ ଆକ୍ରାନ୍ତ ଥିଲେ।ସେ ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସିତ ହେଉଥିଲେ।
ହେଲେ ଗତ କାଲି ତାଙ୍କ ଦେହ ବହୁତ ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲ ରେ ଭର୍ତି କରା ଯାଇଥିଲା।ଏହା ର କିଛି ସମୟ ପରେ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା। ଯେଉଁଥିପାଇଁ ସମସ୍ତେ କାନ୍ଦି ପକାଇ ଥିଲେ।
ସେ ତାଙ୍କ ଆଈ ନ ଥିଲେ ମା ଥିଲେ।ସେ ତାଙ୍କ ଝିଅ ଙ୍କ ମୃ-ତ୍ୟୁ ପରେ ନାତି ଦୁଇ ଟି କୁ ନିଜର କରି ଦେଇଥିଲେ।ସେଥିପାଇଁ ତାଙ୍କ ନାତି ମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ।ଆଜି ତାଙ୍କ ମୃ-ତ୍ୟୁ ପରେ ସମସ୍ତେ ବହୁତ କାନ୍ଦି ପକାଇ ଥିଲେ।ଅମ୍ଳାନ ଦାସ ଏବେ ବହୁତ ଦୁଃଖ ରେ ଅଛନ୍ତି।

Advertisement