ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଉତ୍କଳ ସିଗ୍ନେଚର୍ ରେ ରହିଛି କୋଟିଏ ତାଙ୍କର ଫ୍ଲାଟ୍ , ଉତ୍କଳ କନିକା ଗ୍ୟାଲେରୀରେ ୨ କୋଟି ଟଙ୍କାର ଶପିଂ ଆଉଟଲେଟ ରହିଛି , ଉତ୍କଳ ରୟାଲ ରେସଡେନସି ରେ କୋଟିଏ ଟଙ୍କାର ଫ୍ଲାଟ୍ ରହିଛି ,

ବେଙ୍ଗାଲୁରୁ ରେ ଫ୍ଲାଟ୍ ପାଇଁ ଦିଆଯାଇଛି ୮୮ ଲକ୍ଷ ଆଡଭାନ୍ସ। ଏବଂ ରାଜଧାନୀରେ ଏକ ଫ୍ଲାଟ୍ ପାଇଁ ଦେଇଛନ୍ତି କୋଟିଏ ଟଙ୍କାର ଆଡଭାନସ୍। ବସନ୍ତ କୁମାର୍ ମହାପାତ୍ର ଆରଟିଓ ହେଉଛନ୍ତି ବାସ୍ତବରେ କୋଟିପତି।
ତାଙ୍କର ଏବେ ଯେଉଁ ଜିନିଷ ଧରା ପଡ଼ୁଛି ତାହା ଏକ କୋଟି ଟଙ୍କାରୁ କମ୍ ନୁହେଁ। ଫ୍ଲାଟ୍ ଠାରୁ ଆରମ୍ଭ କରି ଫିକ୍ସ ଡିପୋଜିଟ୍ ପର୍ଯ୍ୟନ୍ତ ସବୁର ଦାମ୍ ଏକ କୋଟି ଟଙ୍କା।
ଏ କୌଣସି ପ୍ରତିଷ୍ଠିତ ବ୍ୟବସାୟୀ ନୁହଁନ୍ତି କି ସେଭଳି ଜଣେ ବଡ଼ ଅଫିସର୍ ନୁହଁନ୍ତି। ବୌଦ୍ଧ ରେ ଏବେ ଆରଟିଓ ବସନ୍ତ କୁମାର ମହାପାତ୍ର ଙ୍କ ଘର ସହ ବ୍ୟବସାୟିକ ପ୍ରତିଷ୍ଠାନ କୁ ରେଡ କରାଯାଇଛି। ଆଉ ଏହି ରେଡ ଭିଜିଲାନ୍ସ କରିଛି।

ଦଶଟି ସ୍ଥାନରେ ଚଢାଉ କରିଛି ଏହି ଟିମ୍। ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଛାପା ମାରିଥିବା ଜଣା ପଡ଼ିଛି। ତାଙ୍କର ଥିବା ଅନେକ ଆପାର୍ଟର୍ମେଣ୍ଟ ରେ ଚଢାଉ କରାଯାଇଛି।
ଏଭଳି କି ତାଙ୍କ ବାସଭବନରେ ମଧ୍ଯ ଚଢ଼ାଉ କରାଯାଇଛି। ପ୍ରଶାସନିକ ଅଧିକାରୀ ମାନେ ଦେଖିଛନ୍ତି ତାହା ଆଖି ଖସି ଗଲା ଭଳି। ତାଙ୍କର କେବଳ କୋଟି କୋଟି ଟଙ୍କାର କାରବାର ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।
ଏହା ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ବାସ୍ତବରେ ଆରଟିଓ ନିକଟରେ ଏତେ ମାତ୍ରାରେ ସମ୍ପତ୍ତି କିଭଳି ଆସିଲା ତାହାକୁ ନେଇ ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି।
ପ୍ରଶାସନିକ ଅଧିକାରୀ ଭିଜିଲାନ୍ସ ଏହି ଘଟଣାକୁ ଯାଞ୍ଚ କରିବାରେ ଲାଗି ପଡ଼ିଛନ୍ତି। ତେବେ ଏହା ସମ୍ପର୍କରେ ଆପଣଙ୍କୁ କଣ ଲାଗୁଛି ତାଙ୍କ ନିକଟରେ ଏତେ ଆୟ ବହିର୍ଭୁତ ସମ୍ପତ୍ତି କେଉଁଠୁ ଆସିଲା ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।