Feb 18, 2024, 11:08 IST

ଆମ ଓଡ଼ିଶା ନବୀନ ଓଡ଼ିଶାରେ ତୁମୁଳ କାଣ୍ଡ।ସଭା ଚାଲିଥିଲା ବେଳେ ଲୋକ ହୋଇଗଲେ ମାରପିଟ୍।

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ତେବେ ଏହି ନିର୍ବାଚନ ପୂର୍ବରୁ ବିବାଦ ଆରମ୍ଭ ହୋଇ ଗଲାଣି।ଗତ କାଲି ଭଦ୍ରକ ଜିଲ୍ଲା ର ବାସୁଦେବପୁର ପଞ୍ଚାୟତ ରେ ଚାଲି ଥିଲା ଆମ ଓଡ଼ିଶା ନବୀନ ଓଡ଼ିଶ କାର୍ଯ୍ୟକ୍ରମ।
Special report
ଏହି କାର୍ଯ୍ୟକ୍ରମ ରେ ବଡ ବଡ ନେତା ଓ ମନ୍ତ୍ରୀ ମାନେ ଯୋଗ ଦେଇ ଥିଲେ।ଏହି ସମୟ ରେ ସେଠାରେ ପହଞ୍ଚି ଯାଇ ଥିଲେ ପୂର୍ବତନ ସରପଞ୍ଚ।ସେ ଓ ୱାର୍ଡ ମେମ୍ବର ମଧ୍ୟରେ ଲାଗି ଥିଲା ବିବାଦ।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ୱାର୍ଡ ମେମ୍ବର କହିଥିଲେ କି ମୁଁ କିଛି ବି ମିଛ କହି ନାହିଁ।ସେମାନେ ଙ୍କ ବିରୋଧ ରେ ମିଛ ରେ ଅଭିଯୋଗ କରିଛନ୍ତି।ଅନ୍ୟପଟେ ପୂର୍ବତନ ସରପଞ୍ଚ କହିଛନ୍ତି ମୋ ଜାତି କୁ ନେଇ ୱାର୍ଡ ସଭ୍ୟ ମାନେ କହିଛନ୍ତି।ଏହି କଥା କୁ ନେଇ ସେମାନେ ଥାନା ରେ ଅଭିଯୋଗ କରିଛନ୍ତି।
ଏହି ସଭା ରେ ସେଠାକାର ବିଧାୟକ ଲୋକ ମାନଙ୍କୁ ବିଭିନ୍ନ ଯୋଜନା ବିଷୟ ରେ କହୁ ଥିଲେ।ଉପସ୍ଥିତ ଲୋକ ମାନଙ୍କୁ ଗୋଟିଏ ଲେଖାଏଁ ପୁସ୍ତକ ବାଣ୍ଟି ଥିଲେ।ହେଲେ ଏହି ସମୟ ରେ ଜଣେ ୱାର୍ଡ ସଭ୍ୟ ଗୌରାଙ୍ଗ ବେହେରା ସେଠାରେ ପହଞ୍ଚି ଯାଇ ଥିଲେ।
Special report
ଏହା ପରେ ସେ ପୂର୍ବତନ ସରପଞ୍ଚ ଙ୍କ ସ୍ଵାମୀ ଗୌତମ ସେଠୀ ଙ୍କୁ ସିଧା ସିଧା ପ୍ରଶ୍ନ କରି ଥିଲେ।ସେ କହି ଥିଲେ କି ମୁଁ କାଳିଆ ଯୋଜନା ରେ ମାତ୍ର ୬୦୦୦ ଟଙ୍କା ପାଇଛି।ହେଲେ ବହି ରେ ଲେଖା ହୋଇଛି କି ମୁଁ ୨୫୦୦୦ ଟଙ୍କା ପାଇଛି।
ସେହି ପରି ମୋ ସ୍ତ୍ରୀ ର କୌଣସି ରୋଗ ନାହିଁ।ହେଲେ ସେ ବି ଏସ କେ ୱାଇ କାର୍ଡ ରେ ଚିକିତ୍ସିତ ହେଉଚି ବୋଲି ଲେଖା ଯାଇଚି।ଏଭଳି କାହିଁକି ଲେଖା ହୋଇଚି ବୋଲି ସେ କହିଛନ୍ତି।ଏହା ପରେ ଉଭୟ ଙ୍କ ମଧ୍ୟରେ ବିବାଦ ଲାଗି ରହି ଥିଲା।
ଏହା ପରେ ପୂର୍ବତନ ସରପଞ୍ଚ ଓ ଗୌରାଙ୍ଗ ଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଥିଲା।ଏହା ପରେ ଗୋରଙ୍ଗ ତାଙ୍କ ପତ୍ନୀ ଥାନା ର ଦ୍ବାରସ୍ଥ ହେବେ ବୋଲି କହି ଥିଲେ।ଯାହାକୁ ନେଇ ଏବେ ସେ ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଟଙ୍କା ନ ପାଇ ତାଙ୍କ ନାମ ରେ ମିଥ୍ୟା ଅଭିଯୋଗ ହୋଇଛି।

Advertisement