ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଥାରେ ଅଛି ପେଟର ଭୋକ ଜ୍ୱାଳା ଲୋକକୁ ସବୁକିଛି କରେଇ ଦିଏ। କିନ୍ତୁ ଯେଉଁ ମାନଙ୍କ ଭିତରେ ଜୀବନରେ କିଛି କରି ଦେଖେଇବା ନେଇ ଗୋଟେ ଦୃଢ଼ ଇଚ୍ଛାଶକ୍ତି ଥାଏ
 
 ସେମାନେ କିଛି ବି ବାଧାବିଘ୍ନକୁ ସହଜରେ ଅତିକ୍ରମ କରିପାରନ୍ତି। ନିଜେ କଳେ ବଳେ କୌଶଳେ ସଫଳତାର ରାସ୍ତା ନିଜେ ଖୋଜି ବାହାର କରିଦିଅନ୍ତି ଏମାନେ। ଆଉ କଷ୍ଟର ସାମ୍ନା କରି ନିଜ ଲକ୍ଷ ସ୍ଥଳରେ ପହଂଚି ଯାଆନ୍ତି। 
  
 ହେଲେ ବେଳେ ବେଳେ ଏମିତି ବି ହୁଏ ନିଜ ପରିସ୍ଥିତି ସୁଧାରିବା ନେଇ ଲୋକ ମାନେ ଖରାପ ରାସ୍ତାରେ ଯିବାକୁ ପଛାନ୍ତି ନାହିଁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଯାହାକି କଳାକନା ବୁଲାଇଲା କାମବାଲି।
 
 ସିସିଟିଭିରେ କଏଦ ହେଲା ଚୋରିର ଭିଜୁଆଲ। ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ଅଞ୍ଚଳର ଜଣଙ୍କ ଘରୁ ଏକ କାମବାଲି ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି କରିଛି। 
  
 ଏହି ଚୋରିର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଝାରପଡ଼ା ଜଗନ୍ନାଥ ନଗରରେ ବିଭୁ ପ୍ରସାଦ ମହାପାତ୍ରଙ୍କ ଘରୁ ଏହି ଚୋରି ହୋଇଥିବା ଜଣାପଡ଼ିଛି।
 
 ଖବର ଅନୁଯାୟୀ, ମାମି ପାତ୍ର ନାମକ ମହିଳା ବିଭୁ ପ୍ରସାଦ ମହାପାତ୍ରଙ୍କ ଘରେ ରୋଷେୟା ଭାବେ ଫ୍ରେବୃଆରୀ ମାସରୁ କାମ କରିଆସୁଥିଲା। ମାସକୁ ୪ ହଜାର ଟଙ୍କା ଦରମା ନେଉଥିଲେ। 
  
 ବିଭୂପ୍ରସାଦଙ୍କ ଘର କାମ ଚାଲିଥିିବାରୁ ସବୁବେଳେ ନଗଦ ଟଙ୍କା ରହୁଥିଲା। ସମୟ ଓ ସୁଯୋଗ ଦେଖି ଲୁଟିଥିଲା କାମବାଲି। ଆଲମିରାରୁ ପାଖାପାଖି ୧ଲକ୍ଷ ଟଙ୍କା ଚୋରି କରିଥିଲା।
  
 ଆଉ ଚୋରି ସମୟର ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି। ପୋଲିସି ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି।
                            
                                        
                                    