Updated: Jan 7, 2024, 17:11 IST

ଅଲଗା କରିଦେଲା HI Tech ମେଡିକାଲ ଏବେ ସ୍ୱର୍ଗରେ ସୋନାଙ୍କ ସହ ମିଶିବେ ଦିଲ୍ଲୀପ ଦେଖନ୍ତୁ ଏହି କରୁଣ ଦୃଶ୍ୟ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏସି ମରାମତି ସମୟରେ ଫାଟିଯାଇଥିଲା ଏସି ଗ୍ୟାସ। ଯାହା ଫଳରେ ୪ ଜଣଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଆଉ ବ୍ଲାଷ୍ଟଟି ଏମିତିଥିଲା ଯେ ସେମାନଙ୍କୁ ଛାତରୁ ଅନେକ ଦୂରରୁ ଆଣି ଫିଙ୍ଗିଦେଇଥିଲା।
Special Report
ସମସ୍ତଙ୍କ ଶରୀର ହୁତୁହୁତ ହୋଇ ଜଳି ଯାଇଥିଲା। ପ୍ରାୟ ୮୦ ଭାଗ ଜଳିଯାଇଥିଲା ଶ୍ରୀତମ, ଜ୍ୟୋତିରଞ୍ଜନ ଆଉ ଦିଲ୍ଲୀପଙ୍କ ଶରୀର। ସେମାନଙ୍କ ଶରୀରର ଅବସ୍ଥା ଏମିତି ଥିଲା ଯେ ତାଙ୍କୁ ଚିହ୍ନିବାବି କଷ୍ଟକର ହୋଇପଡିଥିଲା। 
ସବୁଠୁ ଆଶ୍ଚର୍ଯ୍ୟକର କଥା ଗତକାଲି ଭେଣ୍ଟିଲେଟରରୁ ବାହାରି ନିଜକୁ ଦିଲ୍ଲୀପ ବୋଲି ପ୍ରାମାଣ ଦେଇଥିବା ବ୍ୟକ୍ତି ହଠାତ୍ ଆଜି ସକାଳୁ ସେ ମୃ-ତ। ଦିଲ୍ଲୀପଙ୍କୁ ଜ୍ୟୋତିରଞ୍ଜନ ଭାବି ଜ୍ୟୋତିଙ୍କ ପରିବାର ଲୋକେ ଦୀର୍ଘ ୬ ଦିନ ହେବ ମେଡିକାଲରେ ପଡିରହିଥିଲେ।
Special Report
କିନ୍ତୁ ଶେଷରେ ସେ ଜ୍ୟୋତି ନୁହଁ ଦିଲ୍ଲୀପ ବୋଲି ପ୍ରାମଣ ମିଳିଥିଲା। ତେବେ ଗତକାଲି ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା କହିଥିଲେ ମେଡିକାଲ କର୍ତ୍ତୃପକ୍ଷ। ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନ୍‌‌ଏ ଟେଷ୍ଟ କରାଯିବ। 
ତେବେ ଜଟଣି ବଅଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ ୨ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ତାଙ୍କ ବିୟୋଗ ଖବର ପାଇଁ ନୂଆବର୍ଷ ଦିନ ଆ-ତ୍ମ-ହ-ତ୍ୟା କରିଦେଇଥିଲେ ତାଙ୍କ ନବବିବାହିତା ପତ୍ନୀ ସୋନା ସାମନ୍ତରାୟ।
Special Report
ଆସନ୍ତା ଶନିବାର ଉଭୟଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତି ଚାଲିଥିଲା ଏବଂ ଦଶାହ କର୍ମପାଇଁ ଗଙ୍ଗା କାର୍ଡ ଛପାସରିଥିଲା। ହେଲେ ପରେ ଦିଲ୍ଲୀପ ଜୀବିତ ବୋଲି କହିବା ପରେ, ତାଙ୍କ ପରିବାର ଲୋକେ ଯାହାର ମୃ-ତଦେହ ଅନ୍ତିମ ସଂସ୍କାର କଲେ, ତାହା କାହାର ବୋଲି ସନ୍ଦେହରେ ଅଛନ୍ତି। 
Special Report
ତେବେ ଶୁକ୍ରବାର ହାଇଟେକ୍‌‌ ମେଡିକାଲ୍‌‌ ବିସ୍ଫୋରଣ ଘଟଣାରେ ମୃ-ତ୍ୟୁକୁ ନେଇ ଦ୍ୱନ୍ଦ୍ୱ ବଢିଥିଲା। ପୂର୍ବରୁ ଦିଲ୍ଲୀପ ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିଲା, ଯାହାକୁ ନେଇ ଗତକାଲି ଦିନ ସାରା ମେଡିକାଲ ପରିସରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ତେବେ ବନ୍ଧୁଗଣ ଗତ ୨୮ ତାରିଖରେ ହାଇଟେକ୍ ହସ୍ପିଟାଲ ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ହୋଇଥିବା ବେଳେ ଏବେ ଯାଏ ୩ ଜଣଙ୍କର ମୃ-ତ୍ୟୁ ହୋଇଛି। ଆଉ ଜଣେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।

Advertisement