Jan 13, 2024, 18:29 IST

ଅକ୍ଷମତା ଆଗରେ ସକ୍ଷମତା ମାନିଲା ହାର ଦେଖନ୍ତୁ ଏହି ବ୍ୟକ୍ତିଙ୍କ ଏମିତି କ୍ରିକେଟ ଖେଳ ଅନ୍ଦାଜ ଦେଖିଲେ ଆପଣ ମଧ୍ୟ କରିବେ ସାଲ୍ୟୁଟ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଭାରତ ରେ କ୍ରିକେଟ କୁ ଲୋକ ମାନେ କେତେ ଭଲ ପାଆନ୍ତି।କ୍ରିକେଟ ବିନା ମଣିଷ କିଛି ବି ଭାବି ପାରେନି।ହେଲେ ଆମେ ଆଜି ଆପଣ ମାନଙ୍କୁ ଏଭଳି ଜଣେ ଖେଳାଳି ଙ୍କ ବିଷୟ ରେ କହିବାକୁ ଯାଉଛୁ।
Special Report
ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ହାତ ନ ଥାଇ ମଧ୍ୟ ସେ କ୍ରିକେଟ ଖେଳି ପାରୁଛନ୍ତି। ବେକ ରେ ବ୍ୟାଟିଂ କରୁଛନ୍ତି ଓ ଗୋଡ ରେ ବୋଲିଂଙ୍ଗ କରୁଛନ୍ତି।ଯେ କେହି ବି ତାଙ୍କ ଖେଳ କୁ ଦେଖୁଛନ୍ତି ସେ ଚକିତ ହୋଇ ଯାଉଛନ୍ତି।ଏବେ ସେ ଜଣେ ବଡ ଖେଳାଳି ରୂପେ ପରିଚିତ ହୋଇଛନ୍ତି।
ତାଙ୍କ ନାମ ହେଉଚି ଅମୀର ହୁସେନ ଲୁନ।ଯେ କି ଜାମ୍ମୁ କାଶ୍ମୀର ର ବିଜୟବିହାର ର ୱାଘମା ଗାଁ ରେ।ଶାରୀରିକ କ୍ଷେତ୍ର ରେ ଅକ୍ଷମ ହୋଇ ମଧ୍ୟ ସେ ଏପରି କ୍ରିକେଟ ଖେଳୁ ଛନ୍ତି ଆପଣ ତାହାକୁ ଦେଖି ବିଶ୍ଵାସ କରି ପାରିବେ ନାହିଁ।ତାଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ତାଙ୍କ ଶାରୀରିକ ଅକ୍ଷମତା।
Special Report
କିଛି ଦିନ ତଳେ ତାଙ୍କର ଗୋଟିଏ ବଡ ଦୁର୍ଘଟଣା ହୋଇ ଥିଲା।ଏଥିରେ ସେ ତାଙ୍କର ଦୁଇଟି ହାତ ହରାଇ ଦେଇଥିଲେ।ହେଲେ କେବେ ବି ଏଥିପାଇଁ ମନ ଦୁଃଖ କରି ନାହାନ୍ତି।ହାତ ନ ଥାଇ ବି ସେ କ୍ରିକେଟ ଖେଳିଛନ୍ତି।ବେକ ରେ ବ୍ୟାଟ ଧରି ବ୍ୟାଟିଂ କରୁଛନ୍ତି।
ଓ ଗୋଡ ରେ ବୋଲିଂ କରୁଛନ୍ତି।ପିଲା ଟି ବେଳୁ ତାଙ୍କର କ୍ରିକେଟ ଖେଳ ପ୍ରତି ବହୁତ ଇଚ୍ଛା ଥିଲା।ହେଲେ ବାପା ଙ୍କ ମିଲ ରେ କାମ କରୁଥିବା ସମୟ ରେ ଗୋଟିଏ ବଡ ଦୁର୍ଘଟଣା ଘଟିଲା।ଯେଉଁଥିରେ ସେ ତାଙ୍କ ହାତ କୁ ହରାଇ ଦେଇଥିଲେ।
Special Report
କିନ୍ତୁ ଏଥିରେ ସେ ହାର ମାନି ନ ଥିଲେ।ତାଙ୍କ ଶିକ୍ଷକ ତାଙ୍କୁ କ୍ରିକେଟ୍ ଖେଳିବା ପାଇଁ ପରାମର୍ଶ ଦେଇଥିଲେ।ଏହା ପରେ ତାଙ୍କୁ ପାରା କ୍ରିକେଟ ରେ ଭାଗ ନେବାକୁ କହିଥିଲେ।ଯାହାକି ତାଙ୍କ ଜୀବନ ରେ ନୂଆ ମୋଡ଼ ଆଣିଥିଲା।ଏବେ ସେ ସାରା ଦେଶ ରେ ଗୋଟିଏ ଭିନ୍ନ କ୍ଷମ କ୍ରିକେଟର ରୂପେ ପରିଚିତ।
Special Report
ଅମୀର ୨୦୧୩ ମସିହା ରୁ କ୍ରିକେଟ ଖେଳି ଆସୁ ଅଛନ୍ତି।ସେ କାଶ୍ମୀର ପାରା କ୍ରିକେଟ ଟିମ୍ ର ଅଧିନାୟକ ଅଟନ୍ତି।ଏଥିପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।ହାତ ନ ଥାଇ ମଧ୍ୟ ସେ ଭାଙ୍ଗି ପଡ଼ି ନାହାନ୍ତି।
ଜୀବନ ରେ ଅନେକ ସଂଘର୍ଷ କରି ଶେଷ ରେ ନିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚି ପାରିଛନ୍ତି।ସେ ଏବେ ପାଦ ର ଆଙ୍ଗୁଳି ରେ ବୋଲିଙ୍ଗ କରୁଛନ୍ତି।ବେକ ଏବଂ କାନ୍ଧ ସାହାର୍ଯ୍ୟ ରେ ବ୍ୟାଟିଂ କରୁଛନ୍ତି।

Advertisement