ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ପ୍ରତ୍ୟେକ ଜୀବ ଧରା ପୃଷ୍ଠ ରେ ଜନ୍ମ ହୋଇଛନ୍ତି ମାନେ ମୃତ୍ୟୁ ବି ନିଶ୍ଚିତ ରୂପେ ହେବ।ଏହାକୁ କେହି ବଦଳାଇ ପାରିବେ ନାହିଁ।ଏହି ମୃତ୍ୟୁ କେତେବେଳେ ଓ କିପରି ଆସିବ ତାହା କେହି କହି ପାରିବେ ନାହିଁ।

ନିକଟ ରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରେ।ଗତ କାଲି ଥିଲା ଦୀପାବଳୀ।ଏହି ଅବସର ରେ ବଡ ବଡିଆ ଙ୍କୁ ଡାକିବା ପାଇଁ ସ୍ଵାମୀ ସ୍ତ୍ରୀ ବାହାରି ଥିଲେ ମନ୍ଦିର ।
ହେଲେ ସେଠାରେ ଏପରି କିଛି ଘଟଣା ଘଟିଲା ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ସୂଚନା ଅନୁସାରେ ସୁଲୋଚନା ମହାନ୍ତି ନାମକ ଜଣେ ମହିଳା ତାଙ୍କ ସ୍ଵାମୀ ଙ୍କ ସହିତ ବଡ ବଡୁଆ କୁ ଡାକିବା ପାଇଁ ଲିଙ୍ଗରାଜ ମନ୍ଦିର ନିକଟ କୁ ଯାଇଥିଲେ।
ସମସ୍ତ ପୂଜା ସାମଗ୍ରୀ କୁ ଧରି ସେମାନେ ନିଜ କାର ରେ ବାହାରି ପଡ଼ିଥିଲେ ମନ୍ଦିର କୁ।ହେଲେ ସାଙ୍ଗ ରେ ଆଖୁ ନେବାକୁ ଭୁଲି ଯାଇଥିଲେ।ସେଥିପାଇଁ ରାସ୍ତା କଡ଼ ରେ କିଛି ସମୟ ଗାଡ଼ି ରଖି ଆଖୁ କିଣି ଥିଲେ।

ଏହି ସମୟ ରେ ପଛରୁ ଏକ ଗାଡ଼ି ଆସି ଚଢ଼ି ଯାଇଥିଲା।କୁହା ଯାଉଛି ଯେ ସେହି ଗାଡ଼ି ର ମାଲିକ ଅତ୍ୟଧିକ ପରିମାଣ ରେ ମଦ ପିଇ ଥିଲେ।ଓ ସେ ପଛକୁ ନ ଦେଖି ଗାଡ଼ି କୁ ପଛକୁ ନେଇ ଯାଇଥିଲେ।
ଆଉ ଗୀୟର ଚେଞ୍ଜ କରି ନ ଥିଲେ।ଯାହା ଫଳ ରେ ଗାଡ଼ି ଟି ଆସି ସେହି ସ୍ଵାମୀ ସ୍ତ୍ରୀ ଙ୍କ ଉପରେ ଚଢ଼ି ଯାଇଥିଲା।ଏହା ପରେ ସ୍ତ୍ରୀ ସୁଲୋଚନା ଙ୍କ ଘଟଣା ସ୍ଥଳ ରେ ମୃ-ତ୍ୟୁ ହୋଇ ଯାଇଥିଲା।
ସ୍ଵାମୀ ଏବେ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତି ଅଛନ୍ତି।ନିଜ ସ୍ତ୍ରୀ ର ଏଭଳି ମୃ-ତ୍ୟୁ କୁ ସେ ସହି ପାରି ନାହାଁନ୍ତି।ପୋଲିସ ଏ ଯାଏଁ ଅଭିଯୁକ୍ତ ଡ୍ରାଇଭର ଙ୍କୁ ଗିରଫ କରି ପାରି ନାହିଁ।ସେ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲେ।ପୋଲିସ ଏବେ ଘଟଣା ର ତଦନ୍ତ କରିବା ଆରମ୍ଭ କରିଛି।