ନମସ୍କାର ପାଠକ ବନ୍ଧୁ। ଜମି ବିକ୍ରୀ କରି ଜାନି ଯୌତୁକ ଦେଇ ଝିଅକୁ ବାହା ଦେଇଥିଲା ବାପା।,୨୦୨୨ ମସିହା ଫେବୃଆରୀ ମାସର ୪ ତାରିଖ ରେ ରୀତିନୀତି ଅନୁସାରେ ବିବାହ ଅନୁଷ୍ଠିତ ହୋଇଥିଲା।

ଆଉ ବିବାହରେ ପାଞ୍ଚ ଦିନ ନପୁରୁଣୁ ଝିଅ ଉପରେ ଅତ୍ୟାଚାର ଆରମ୍ଭ ହୋଇ ଯାଇଥିଲା। ଆଉ ଏବେ ନ୍ୟାୟ ମାଗୁଛନ୍ତି କନଷ୍ଟେବଳ ଙ୍କ ସ୍ତ୍ରୀ। ବାପା ଭାବିଥିଲେ କି ଝିଅକୁ ସରକାରୀ ଚାକିରିଆ କୁ ବହାଦେଲେ ଝିଅ ଖୁସୀ ରେ ରହିବ।
ଆଉ ଝିଅର ମଧ୍ୟ କିଛି ଅସୁବିଧା ରହିବ ନାହିଁ। ଝିଅ ଖୁସୀରେ ଦିନ କାଟିବ। ହେଲେ ସବୁକିଛି ଓଲଟା ହୋଇ ଯାଇଥିଲା। ଖୁସୀ ଆଉ ଶାନ୍ତି ବଦଳରେ ଝିଅକୁ ଶାଶୂ ଘରୁ କେବଳ ନିର୍ଯ୍ୟାତନା ହିଁ ମିଳୁଥିଲା।
ଜଣେ କାର୍ଯ୍ୟରତ କନଷ୍ଟେବଳ ଓ ତାଙ୍କର ପରିବାର ଠାରୁ ଯୌତୁକ ନିର୍ଯ୍ୟାତନା ର ଶିକାର ହୋଇ ପୋଲିସ ଠାରୁ ନ୍ୟାୟ ପାଇବା କୁ ଅପେକ୍ଷା କରି ରହିଛନ୍ତି ଏହି ନିର୍ଯ୍ୟାତିତ ମହିଳା ଜଣକ।

ନିଜ ସହ ନିଜ ପିତାଙ୍କୁ ନେଇ ସେ ଭଦ୍ରକ ଏସପି ଙ୍କ ନିକଟରେ ଗୁହାରି କରିଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଟାଉନ୍ ଥାନା ଅଧୀନ ଜାନୁଗଞ୍ଚ ଅଞ୍ଚଳରେ। ସେହି ଗ୍ରାମର ଅଞ୍ଚଳର ଜଣେ କନେଷ୍ଟବଳ ପବିତ୍ର ଦେ ଙ୍କୁ ବିବାହ କରିଥିଲେ।
ହେଲେ ବିବାହ କରିବାର ଚାରିଦିନ ରେ ହିଁ ସେହି କନଷ୍ଟେବଳ ଜଣକ ତାଙ୍କ ସ୍ତ୍ରୀ ଙ୍କୁ ଅନ୍ୟତ୍ର ବିବାହ କରିବେ ବୋଲି ମହିଳା ଜଣକୁ କହିଥିଲେ। ଓ ତାଙ୍କୁ ଅନେକ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ।
ଶେଷରେ ବିବାହିତ ମହିଳା ଜଣକ ଭଦ୍ରକ ଟାଉନ ଥାନାରେ ହିଁ ଅଭିଯୋଗ କରିଥିଲେ। ଯୌତୁକ ବାବଦକୁ ଯେଉଁ ଟଙ୍କା ରବିଦ୍ର ଙ୍କୁ ଦିଆ ଯାଇଥିଲା ତାହାକୁ ଆଉ ପବିତ୍ର ଫେରାଇ ନାହାଁନ୍ତି।
ଏନେଇ ଯୁବତୀଙ୍କ ବାପା ଭଦ୍ରକ ଏସପି ଙ୍କ ନିକଟରେ ପବିତ୍ର ନାମରେ ଅଭିଯୋଗ କରିବା ସହ ସେ ଯେଉଁ ଯୌତୁକ ବାବଦକୁ ଟଙ୍କା ଦେଇଥିଲେ ତାହା ଫେରସ୍ତ କରିବା ନେଇ ଭଦ୍ରକ ଏସପି ଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି।