Jan 2, 2024, 13:40 IST

ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ରେ ହେବ ପ୍ରବଳ ବର୍ଷା, ଉପକୂଳ ଓଡ଼ିଶା ରେ ସୃଷ୍ଟି ହେଲା ଲଘୁଚାପ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ଶୀତ ର ଲହରୀ ପାଇଁ ଚାରିଆଡ଼େ ଶୁଷ୍କ ରହିଛି। ଏବେ ପାଣିପାଗ କୁ ନେଇ ପାଣିପାଗ ବିଭାଗ ତରଫରୁ ସୁଚନା ମିଳିଛି।
Special Report
ଏବେ ଯେହେତୁ ଧାନ ଅମଳ ସମୟ ସେଥିପାଇଁ ବର୍ଷା କୁ ନେଇ ପାଣିପାଗ ବିଭାଗ ତରଫରୁ ଯଥା ଶୀଘ୍ର ସୁଚନା ମଧ୍ୟ ମିଳି ଯାଉଛି। ଯାହାକି ଲୋକମାନଙ୍କୁ ଓ ଚାଷୀ ମାନଙ୍କୁ ବେଶ ସହାୟକ ମଧ୍ୟ ହୋଇ ଯାଇଛି।
ଏବେ ଆଗାମୀ ତିନିଦିନ ର ପାଗ ଶୁଷ୍କ ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୁଚନା ମିଳିଛି।୪ ଜାନୁଆରୀ ରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଆଉ ବାକି ଜିଲା ଗୁଡିକରେ ପାଗ ଭଲ ରହିବ। ମାତ୍ର ୫ ତାରିଖରେ ବରଗଡ଼, ଝାରସୁଗୁଡ଼ା, ଦେବଗଡ଼ , ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ମାନଙ୍କରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
Special Report
ଆଉ ଏକଥା ଭଦ୍ରକ ପାଣିପାଗ ବିଭାଗ ତରଫରୁ ସୁଚନା ମିଳିଛି। ଅନ୍ୟ ସ୍ଥାନ ମାନଙ୍କରେ ପାଗ ଭଲ ରହିବ।୬ ତାରିଖରେ ସବୁ ଜାଗାରେ ପାଗ ଶୁଷ୍କ ରହିବାର ଅଧିକ ସମ୍ଭାବନା ରହିଛି। କିଛି କିଛି ସ୍ଥାନ ମାନଙ୍କରେ ଖୁବ ଜୋରେ କୁହୁଡି ହେବାର ମଧ୍ୟ ସମ୍ଭାବନା ରହିଛି।
କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ବଲାଙ୍ଗୀର, ସୋନପୁର ,ବୌଦ୍ଧ , ଅନୁଗୁଳ , ଦେବଗଡ଼, ସୁନ୍ଦରଗଡ଼ ,କଟକ , ଜଗତସିଂହପୁର ସ୍ଥାନରେ ସାଧାରଣ ତାପମାତ୍ରାରେ ପରିବର୍ତନ ହେବାର ସମ୍ଭାବନା ନାହିଁ।
ପ୍ରାୟତଃ ସ୍ଥାନରେ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବାର ମଧ୍ୟ ସମ୍ଭାବନା ରହିଛି। ଆଉ ଆଗାମୀ ବର୍ଷାକୁ ଲକ୍ଷ କରି ଚାଷୀ ମାନେ ମଧ୍ୟ ସଚେତନ ହୋଇଯିବା ନିହାତି ଜରୁରୀ ଅଟେ।
ଏବେ ପାଣିପାଗ ବିଭାଗ ପକ୍ଷରୁ ଏହି ସୁଚନା ମିଳିବା ପରେ ଲୋକମାନଙ୍କୁ ମଧ୍ୟ ଏଥିପାଇଁ ଖୁବ ଆଶ୍ଵସ୍ଥି ମିଳିଛି। ତେବେ ଏହି ପାଣିପାଗ ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement