ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଆସୁଥିବା ଖବର ଜାଣିପାରିବେ ।

ଆପଣମାନେ ସମସ୍ତେ ତାଙ୍କୁ ଭଲଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟର ଯାଦୁରେ ଲୋକଙ୍କୁ ବାନ୍ଧି ରଖିଥାନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି ।
ପାକିସ୍ତାନ ଦେଶ ସବୁ ସୀମା ଟପି ଗଲା । ପ୍ରଥମେ ଭାରତୀୟ ଖେଳାଳୀଙ୍କୁ ଟାର୍ଗେଟ କରିଥିଲା ଆଉ ଏବେ ବଲିଉଡ ଅଭିନେତ୍ରୀଙ୍କ ନାଁରେ ପାକିସ୍ତାନ ଦେଇଛି ଖରାପ ମନ୍ତବ୍ୟ । ପାକିସ୍ତାନ କିଛି ବି କହି ସବୁବେଳେ ହାଇଲାଇଟରେ ରହିବାକୁ ଇଚ୍ଛା କରୁଛି ।

ପାକିସ୍ତାନ ଦଳ ସେମି ଫାଇନାଲ ମ୍ୟାଚ ଖେଳିବାର ଆଶା ତାର ଧୂଳିସାତ୍ ହୋଇଗଲା । ସେମାନେ ବିଶ୍ୱକପ୍ ଖେଳରୁ ବାହାରି ଯାଇଛନ୍ତି । ଆଉ ଦୁଃଖରେ ଘରକୁ ଫେରିଛନ୍ତି । ଆଉ ଟିମ୍ ଇଣ୍ଡିଆ ସେମି ଫାଇନାଲରେ ସ୍ଥାନ ପକ୍କା କରିଦେଇଛି । ଏବେ ଏହାକୁ ଦେଖି ପାକିସ୍ତାନ ସହି ପାରୁ ନାହିଁ ।
ଆଉ କିଛି ନା କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଛି ପାକିସ୍ତାନ । ଏବେ ପାକିସ୍ତାନ ପୁଣି କରିଛି ଏଭଳି କାମ । ପାକିସ୍ତାନ ବଲିଉଡ ଜଗତର ନାମୀଦାମୀ ଅଭିନେତ୍ରୀଙ୍କ ବିରୋଧରେ ଖରାପ ମନ୍ତବ୍ୟ ଦେଇଛି ।

ଆରମ୍ଭରୁ ପାକିସ୍ତାନ ଟିମ୍ ଭଲ ଖେଳୁଥିଲେ କିନ୍ତୁ ତାଙ୍କ ଖେଳରେ ବାଧକ ସାଜିଥିଲା ଆଫଗାନିସ୍ତାନ । ଏହାପରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ହାରିଥିଲା ପାକିସ୍ତାନ ଆଉ ବିଶ୍ୱକପ୍ ଖେଳରୁ ବିଦା ହୋଇଥିଲା । ପାକିସ୍ତାନ ଦେଶବାସୀ ଖେଳାଳି ଉପରେ ରାଗି ଯାଇଛନ୍ତି ।
ପାକିସ୍ତାନ ଦେଶର ପୂର୍ବତନ ଖେଳାଳୀ ଅବଦୁଲ ରଜାକ୍ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆଉ ସେଠାରେ ସେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାଁରେ ଖରାପ ମନ୍ତବ୍ୟ ଦେଇଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବର ଜାଣିବା ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରଶଂସକ ତାଙ୍କୁ ସମାଲୋଚନା କରିଛନ୍ତି ।
ରଜାକ୍ କହିଛନ୍ତି "ଦଳ ଭଲ ପ୍ରଦର୍ଶନ କରିବା ପାଇଁ ସେମାନଙ୍କ ଉଦ୍ଦେଶ୍ୟ ଠିକ୍ ରହିବା ଦରକାର । ଯଦି ତୁମେ ଭାବୁଛ ସେ ଐଶ୍ୱର୍ଯ୍ୟାଙ୍କୁ ବାହା ହେବେ ଆଉ ସୁନ୍ଦର ସନ୍ତାନ ହେବ ତାହା କିନ୍ତୁ ସମ୍ଭବ ନୁହେଁ "। ଏହି କଥା ଶୁଣି ସମସ୍ତେ ହସିଥିଲେ । ଏବେ ଏହି ମନ୍ତବ୍ୟକୁ ନେଇ ପ୍ରଶଂସକ ରାଗି ଯାଇଛନ୍ତି ।