ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଂଗ୍ରେସ ନେତା ଙ୍କୁ ଫୁଲ ତୋଡା ଦେବା ଡିଜିପି ଙ୍କୁ ମହଙ୍ଗା ପଡ଼ିଲା। ନିଲମ୍ବିତ ହେଲେ ତେଲେଙ୍ଗାନା ପୋଲିସ ଡିଜି ଅଞ୍ଜନି କୁମାର୍। ତାଙ୍କର ଆଚରଣ ବିଧି ଉଲଙ୍ଘନ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି।

ଆଉ ତାଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିଶନ। ଭୋଟ ଗଣତି ସରି ନଥିଲା କି ସଂପୂର୍ଣ୍ଣ ଫଳାଫଳ ମଧ୍ଯ ଆସି ନଥିଲା। ପ୍ରାରମ୍ଭିକ ଟ୍ରେଣ୍ଡ ରେ ଦଳ ଆଗରେ ଥିବା ସମୟରେ ,
କଂଗ୍ରେସ ନେତା ହେମନ୍ତ ରେଡ୍ଡୀ ଙ୍କୁ ତାଙ୍କ ବାସ ଭବନରେ ଭେଟି ଥିଲେ ତେଲେଙ୍ଗାନା ପୋଲିସ ର ମହା ନିର୍ଦ୍ଦେଶକ ଅଞ୍ଜନୀ କୁମାର୍। ତାଙ୍କର ସାଙ୍ଗରେ ନୋଡାଲ ଅଫିସର୍ ମହେଶ ଜୈନ ମଧ୍ୟ ଥିଲେ।
ତାଙ୍କ ବାସ ଭବନ କୁ ଯାଇ ଫୁଲତୋଡ଼ା ମଧ୍ଯ ଦେଇଥିଲେ। ଏହାକୁ ନେଇ ସେ ଗଣ ମାଧ୍ୟମରେ କୌଣସି କଥା କହି ନଥିଲେ। ମାତ୍ର ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଥିଲା। ଏଭଳି କି ସରକାର ଗଠନ ହୋଇ ନାହିଁ ହେଲେ,

ବରିଷ୍ଠ ଅଧିକାରୀ ତାଙ୍କର ପଟ ପରିବର୍ତ୍ତନ କରିଦେଲେ ବୋଲି ମଧ୍ୟ ଏହା ଖୁବ୍ ଚର୍ଚ୍ଚା ହେବାରେ ଲାଗିଥିଲା। କେହି କେହି ସୋସିଆଲ ମିଡ଼ିଆ ରେ ମଧ୍ୟ ଅଞ୍ଜନି ଙ୍କ ବିରୁଦ୍ଧରେ ଲେଖିବା ମଧ୍ୟ ଆରମ୍ଭ କରି ଦେଇଥିଲେ।
ନିଜ କ୍ଷମତା କାଳରେ ବିଦାୟୀ ସରକାର ଙ୍କ କଥାରେ ପଡି ବିରୋଧୀ ଙ୍କ କଥାରେ ଜୁଲୁମ୍ କରୁଥିବା ଡିଜିପି ଶାସନ ବଦଳୁ ଥିବାର ଦେଖି ନିଜର ପଟ ପରିବର୍ତନ କରିଦେଲେ ବୋଲି ମଧ୍ୟ ଏହା କୁହା ଯାଉଥିଲା।
ଭୋଟ ଗଣତି ସରି ନାହିଁ କି ପୂର୍ଣ୍ଣ ଫଳାଫଳ ମଧ୍ଯ ପ୍ରକାଶ ପାଇ ନାହିଁ। ହେଲେ ଡିଜିପି ଜଣକ ରାଜ୍ୟସଭା ସଭାପତି ଙ୍କୁ ଭେଟି ଥିଲେ। ଆଉ ତାଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ମଧ୍ୟ ଜଣାଇ ଥିଲେ। ଏହାକୁ ନିର୍ବାଚନ ଆୟୋଗ ଗୁରୁତର ସହ ମଧ୍ଯ ନେଇଥିଲେ।
ଆଉ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହା ସମ୍ପର୍କରେ ଆପଣ ମାନେ କଣ କହିବାକୁ ଚାହିଁବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।