ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଜାଣିଥିବେ ପବିତ୍ର ଶିବରାତ୍ରି ମାର୍ଚ୍ଚ ୮ ତାରିଖ ରେ ପାଳନ କରାଯାଇଛି।ଶିବରାତ୍ରି ଦିନ ମହାନଦୀ ଗର୍ଭ ରୁ ୧୦୮ ଟି ତମ୍ଭା ଓ ପିତ୍ତଳ ନାଗ ମୂର୍ତ୍ତି ଉଦ୍ଧାର କରାଯାଇଛି।
ଆଉ ଏହି ବିଷୟ କୁ ନେଇ ବର୍ତମାନ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ନାଗ ମୂର୍ତ୍ତି ଉଦ୍ଧାର କରାଯାଇ ପୂଜାର୍ଚ୍ଚନା କରାଯାଉଛି।ଗ୍ରାମବାସୀ ମାନେ ଏହି ବିଷୟରେ କିଛି ମନ୍ତବ୍ୟ ଦେଇଛନ୍ତି।
![Fg](https://news38times.com/static/c1e/client/93724/uploaded/746cedcfd0e7893ee524b7f39c9c70f5.png)
ସୁବର୍ଣ୍ଣ ପୁର ଗ୍ରାମବାସୀ ର ବାସିନ୍ଦା ଉମେଶ ଚନ୍ଦ୍ର ବେହେରା କହିଛନ୍ତି ଯେ ତାଙ୍କ ପୁଅ ସକାଳୁ ମର୍ଣିଂ ୱାର୍କ କରିବା ପାଇଁ ଯାଆନ୍ତି।ସେହି ସମୟରେ ମହାନଦୀ ବ୍ରିଜ ଉପରେ ଆସୁଥିଲା ବେଳେ ଦେଖିଲେ ଯେ ବଡ଼ ନାଗ ମୂର୍ତ୍ତି ରହିଛି।
ଏହା ଦେଖିବା ପରେ ସେ କାହାକୁ କିଛି ନ କହି ପ୍ରଥମେ ଆସି ଘରେ ଜଣାଇ ଥିଲେ।ଉମେଶ ଚନ୍ଦ୍ର ବେହେରା ସେଠାକୁ ଯାଇ ଦେଖିଥିଲେ।କିନ୍ତୁ ପବିତ୍ର ଶିବରାତ୍ରି ଦିନ ନାଗ ମୂର୍ତ୍ତି କୁ ଉଠେଇକି ଆଣିବା ପାଇଁ ତାଙ୍କର ସାହାସ ହେଲାନାହିଁ।
![Yy](https://news38times.com/static/c1e/client/93724/uploaded/da1d0ef4d35f398f2b5512ea5cbc5dda.png)
ତେଣୁ ସେ ଗ୍ରାମବାସୀ ମାନଙ୍କୁ ଏହି ବିଷୟରେ କହିଥିଲେ।ଏହାପରେ ଗ୍ରାମବାସୀ ମାନେ ବଡ଼ ନାଗ ମୂର୍ତ୍ତି ସହିତ ୧୦୮ ଟି ନାଗ ମୂର୍ତ୍ତି,ଦୁଇଟି ବୃଷଭ, ହର ପାର୍ବତ,ଏବଂ ଶିବଲିଙ୍ଗ ଚାରୋଟି ଉଦ୍ଧାର କରିଛନ୍ତି।
ଶିବରାତ୍ରି ଦିନ ମହାଦେବ ତାଙ୍କ ଗ୍ରାମ କୁ ଆସିଥିବାରୁ ଗ୍ରାମବାସୀ ମାନେ ଏହା ଦେଖି ବହୁତ ଖୁସି ହୋଇଛନ୍ତି। ଜଣେ ମହିଳା କହିଛନ୍ତି ଯେ ଏହି କଥା ଯେତେବେଳେ ଶୁଣିଲେ ସେ ଦର୍ଶନ କରିବା ପାଇଁ ଆସିଥିଲେ।ସେଠାରେ ଅନେକ ଲୋକ ମାନଙ୍କ ଭିଡ଼ ଜମି ଯାଇଥିଲା।
ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ବେଶ ଖୁସି ରେ ପୂଜାର୍ଚ୍ଚନା କରୁଛନ୍ତି।