Updated: Jan 6, 2024, 12:00 IST

ଅଚାନକ ରାସ୍ତା ରେ ଗାଡି ଅଟକାଇ ଭିନ୍ନକ୍ଷମ କୁ ସାହାଯ୍ୟ କଲେ ପାଣ୍ଡିଆନ୍, ସତରେ ଲାଗୁଚି ଯେମିତି ଓଡ଼ିଶାର ସବୁ କାମ ପାଣ୍ଡିଆନ ସାର ଙ୍କ ମୁଣ୍ଡ ରେ....

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଚର୍ଚ୍ଚାରେ ରହିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଏଥର ପୁଣି ଥରେ ତାଙ୍କର ମହାନତା ମଧ୍ୟ ଦେଖିବାକୁ ମିଳିଛି। ରାଜଗାଙ୍ଗପୁର ରେ ଆସି ଭିକେ ପାଣ୍ଡିଆନ ବିଭିନ୍ନ ପ୍ରକଳ୍ପ ଦେଖିବା ସହ
Special Report
ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ। ଆଉ ଏକମାସ ମଧ୍ୟରେ ସମସ୍ତ ଅଭିଯୋଗ ସମାଧାନ କରାଯିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପାଣ୍ଡିଆନ ସଭାରେ ବସିଥିବା ସମସ୍ତ ଜନ ସାଧାରଣ ଙ୍କ ପାଖକୁ ଯାଇଥିଲେ।
ଆଉ ସେମାନଙ୍କ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ। ହେଲେ ଏଥି ମଧ୍ୟରେ ବାଦ୍ ପଡି ଯାଇଥିଲେ ରାଜଗାଙ୍ଗପୁର ର ଦିବ୍ୟାଙ୍ଗ ବସନ୍ତ। ବହୁ ଚେଷ୍ଟା କରିବା ପରେ ମଧ୍ୟ ସେ ସଭା ସ୍ଥଳରେ ଅଭିଯୋଗ ପତ୍ର ଗ୍ରହଣ କରି ପାରି ନଥିଲେ।
ଶେଷରେ ଭିକେ ପାଣ୍ଡିଆନ ଯିବା ବାଟରେ ହିଁ ଅଭିଯୋଗ ପତ୍ର ଧରି ବସନ୍ତ ବସିଥିଲେ। ଆଉ ଭିକେ ପାଣ୍ଡିଆନ ଯିବା ବାଟରେ ହିଁ ଏହି 5T ଅଧ୍ୟକ୍ଷ ଙ୍କ ଉପରେ ତାଙ୍କର ନଜର ପଡ଼ି ଯାଇଥିଲା।
Special Report
ଏହାପରେ ସେ ନିଜ ଗାଡ଼ି ରୁ ହିଁ ଓହ୍ଲାଇ ପଡିଥିଲେ।ଏହାପରେ ଦିବ୍ୟାଙ୍ଗ ଜଣକ ତାଙ୍କର କ୍ରୀଡା ପାଇଁ ଏକ ସ୍ପୋର୍ଟ ହୁଇଲ ଚେୟାର ଦରକାର୍ ବୋଲି ମଧ୍ୟ ତାଙ୍କୁ ନିବେଦନ କରିଥିଲେ। ଏହାପରେ 5T ସଚିବ ତାଙ୍କର ହାତରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।
ଆଉ ତାଙ୍କୁ ହୁଇଲ୍ ଚେୟାର ମିଳିଯିବ ବୋଲି କହି ସେଠାରୁ ପଳାଇ ଯାଇଥିଲେ। ମାତ୍ର ଏକ ଘଣ୍ଟା ପରେ ଜିଲ୍ଳା ପ୍ରଶାସନ ତାଙ୍କୁ ୩୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ,
ସ୍ପୋର୍ଟ ହୁଇଲ ଚେୟାର ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ସେ ବିଭିନ୍ନ କ୍ରୀଡ଼ାରେ ଭାଗ ନେଇ ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି।ସ୍ପୋର୍ଟ ହୁଇଲ ଚେୟାର ନଥିବାରୁ ତାଙ୍କୁ ଖୁବ୍ ଅସୁବିଧା ମଧ୍ୟ ହେଉଥିଲା।
ଆଉ ଏବେ ଅର୍ଥ ରାଶି ପାଇବା ପରେ ସେ ଭିକେ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ତେବେ ଏହା ଆପଣଙ୍କୁ କିଭଳି ଲାଗିଲା ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement