ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରେମ ବିବାହକୁ ନେଇ ଅନେକ ପ୍ରକାର ଘଟଣା ବିଷୟରେ ଜାଣିବାକୁ ପାଇଥାଉ। କେଉଁଠି ପ୍ରେମ ବିବାହ କୁ ଘରେ ସ୍ଵୀକୃତି ଦେଉଛନ୍ତି ତ ପୁଣି କେଉଁଠି ପ୍ରେମ ବିବାହକୁ ସ୍ଵୀକୃତି ମିଳୁନାହିଁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ଅଜାତିରେ ପୁଅ ପ୍ରେମ ବିବାହ କରିଥିବାରୁ ପରିବାର ଲୋକେ ମୃ-ତ୍ୟୁ ପରେ ବି ପୁଅର ଶବକୁ ଗ୍ରହଣ କରୁନାହାଁନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର କୁଆଖିଆ ଥାନା ଅଧୀନ ପଞ୍ଚଗୁଛିଆ ଗାଁରେ।
ସୂଚନା ମୁତାବକ ଏହି ଗାଁର ବୈଷ୍ଣବ ଦରାଇଙ୍କ ଝିଅ ମମତା ସେହି ଗାଁ'ର ମଧୁସୂଦନ ରଥଙ୍କ ପୁଅକୁ ପ୍ରାୟ ୧୫ ବର୍ଷ ହେବ ଭଲପାଇ ବିବାହ କରିଥିଲେ। କିନ୍ତୁ ଏହି ବିବାହକୁ ଗ୍ରହଣ କରିନଥିଲେ ରଥ ପରିବାର ଲୋକେ।

ଯାହାଫଳରେ ନବଘନ ମମତାଙ୍କୁ ନେଇ ଭୁବନେଶ୍ୱରେ ରହୁଥିଲେ। ସେଠାରେ ଏକ ଭଡ଼ାଘରେ ନେଇ କାମ କରି ପରିବାରର ପ୍ରତିପୋଷଣ କରୁଥିଲେ ନବଘନ। ଚିକିତ୍ସାଧିନ ଅବସ୍ଥାରେ ନବଘନଙ୍କ ମୃ-ତ୍ୟୁ ହେବା ପରେ ପୁରା ପରିବାର ବେସାହାରା ହୋଇପଡିଛି।
ସ୍ବାମୀଙ୍କ ଶବକୁ ନେଇ ସ୍ତ୍ରୀ ମମତା ଶାଶୁଘରେ ପହଞ୍ଚିଥିଲେ। କିନ୍ତୁ ନବଘନଙ୍କ ମୃ-ତ-ଦେ-ହକୁ ପରିବାର ଲୋକେ ଗ୍ରହଣ କରିନଥିଲେ। ଭିନ୍ନ ଜାତିରେ ନବଘନ ବିବାହ କରିବା ପରେ ସେମାନେ ନବଘନକୁ ଶୁଦ୍ଧି ହୋଇପଡ଼ିଛନ୍ତି।

ଆଉ ଏବେ ପରିବାର ଲୋକେ ନବଘନଙ୍କ ଶବକୁ ଗ୍ରହଣ କରିପାରିବେ ନାହିଁ ବୋଲି ମନା କରିଦେଇଥିଲେ। ଏବେ ନବଘନଙ୍କ ସ୍ତ୍ରୀ ନିରୁପାୟ ହୋଇ ଶାଶୂଘର ଲୋକଙ୍କ ବିରୁଦ୍ଧରେ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇଁ ପୋଲିସ ଗାଁ'ରେ ପହଞ୍ଚିଛି। ସେପଟେ ଦୀର୍ଘ ସମୟ ଧରି ଶବ ପଡ଼ି ରହିଥିବାରୁ ଗାଁ'ରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଖାପାଖି ୨୦ ଘଣ୍ଟା ଧରି ମୃ-ତ-ଦେ-ହ ପଡ଼ିରହିବା ପରେ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ଶବ ସତ୍କାର କରିଥିଲେ।
ସେପଟେ ସ୍ବାମୀଙ୍କର ଏଭଳି ଅକାଳ ମୃ-ତ୍ୟୁ ପରେ ସ୍ତ୍ରୀ ୧୩ ବର୍ଷର ଝିଅ ଓ ୯ ବର୍ଷର ପୁଅକୁ ଧରି ଶାଶୂଘର ବାରଣ୍ଡାରେ ବସି ରହିଛି। ତେବେ ଏବେ ଦେଖିବାକୁ ବାକି ରହିଲା ଯେ ସ୍ତ୍ରୀ ମମତାଙ୍କୁ କେବେ ମିଳୁଛି ନ୍ୟାୟ।