ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଏବେ ଓଡ଼ିଶାରେ ୨୪ ବର୍ଷର ସରକାର ହାରି ଯାଇଛି ଆଉ ଓଡ଼ିଶାରେ ବିଜେପି ଦଳ ଜିତି ଯାଇଛି। ବିଜେପି ଦଳ ଏବେ ଓଡ଼ିଶାରେ ଶାସନ କରୁଛି । ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ କଥା କହିଛନ୍ତି ।
ସେ କହିଛନ୍ତି, ବିକାଶ କେଉଁଠି ନା କେଉଁଠି ଅଟକି ଯାଇଛି । ଏହି ବିଜେପି ସରକାର ପାଞ୍ଚ ବର୍ଷ ପାଇଁ ଆସିଛି ଆଉ ୫ ବର୍ଷରେ ୫୦ ବର୍ଷର କାମ କରି ଦେଖାଇବ ବୋଲି କହିଛନ୍ତି ମୋହନ ମାଝୀ।
ଆଉ କହିଛନ୍ତି ଯେଉଁ ମାନେ ଏହି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ସହିତ ଓଡ଼ିଆ ସମାଜକୁ ରୁଦ୍ଧିମନ୍ତ କରିଥିଲେ ସେହି ମାନଙ୍କୁ ସମ୍ମାନ ଦେବା ସରକାର ପ୍ରଥମ କାମ।
ତେଣୁ ନୂଆ ସରକାର ଗଠନ ହେଲା ପରେ ନେତାଜୀ ସୁବାଷ ବୋଷଙ୍କର ଜନ୍ମମାଟି କଟକକୁ ଆସି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ମୋହନ ମାଝୀଙ୍କ ପାଇଁ ଗର୍ବ ଏବଂ ଗୌରବର କଥା ବୋଲି ସେ କହିଛନ୍ତି।
ନୂଆ ସରକାର ଆସିବ ପରେ ପ୍ରଥମେ ଓଡ଼ିଆ ଅସ୍ମିତାକୁ ସମ୍ମାନ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏବଂ ଓଡ଼ିଆର ଅସ୍ମିତାକୁ ଭାରତ ବର୍ଷରେ ବହୁତ୍ ଆଗକୁ ପହଞ୍ଚେଇବ ବୋଲି କହିଛନ୍ତି ମୋହନ ଚରଣ ମାଝୀ। ସେଥିପାଇଁ ସରକାର ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାମ କରିବ ବୋଲି କହିଛନ୍ତି।
ଆଉ ମୋହନ ଚରଣ ମାଝୀ କହିଛନ୍ତି ଯେଉଁଠି କାମ ସଠିକ୍ ଭାବରେ ହେଇନାହିଁ ଏବଂ କାମ ଅଧାରେ ପଡ଼ିଛି ତାହା ଉପରେ ଅନୁଧ୍ୟାନ କରାଯିବ। ଆଉ ଅନୁଧ୍ୟାନ କଲା ପରେ ସରକାର ଖୁବଶୀଘ୍ର କାର୍ଯ୍ୟ ସଂପୂର୍ଣ୍ଣ କରିବେ।
ସରକାର ନୂଆ ନୂଆ ଯୋଜନା କରିବା ପାଇଁ ମଧ୍ୟ ଚିନ୍ତା କରୁଛନ୍ତି। ଯେଉଁଠି ବି ଯାହା ସମସ୍ୟା ରହିଛି ତାକୁ ନିଶ୍ଚିନ୍ତ ଭାବେ ଠିକ୍ କରିବେ। ଏବଂ ସେଥିପାଇଁ ଯୋଉ କେନ୍ଦ୍ରରେ ପ୍ରତିଷ୍ଠିତ ନରେନ୍ଦ୍ର ମୋଦୀ ସରକାରଙ୍କର ଯେଉଁଭଳି ଭାବେ ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି ଏବଂ
ଡବଲ ଇଞ୍ଜିନ ସରକାର ଗଠନ କରିବାର ଯୋଉ ପ୍ରତିଶ୍ରୁତି ଦେଇଥିଲେ ତାହା ଓଡିଶାର ସାଢେ଼ ୪ କୋଟି ଜନତା ମୋଦୀଙ୍କ କଥାକୁ ଗ୍ରହଣ କରି ତାଙ୍କୁ ସମର୍ଥନ ଦେଇଛନ୍ତି। ଓଡିଶାର ବିକାଶକୁ ନୂଆ ସରକାର ତ୍ଵରାନିତ କରିବ।