ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ରାତ୍ରୀ ତାପମାତ୍ରା କେନ୍ଦୁଝର ଠାରେ ୧୪° ସେଲସିୟସ ରେକର୍ଡ କରାଯାଇଛି। ପାହାଡିଆ ଅଞ୍ଚଳରେ ମଧ୍ୟରେ କୋରାପୁଟ ଠାରେ ୧୨ ଡିଗ୍ରୀ ସେଲସିୟସ ରହିଛି।
କଟକ ଓ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା କମିବାରେ ଲାଗିଛି। କୋରାପୁଟ ଏବଂ ମାଲକାନଗିରି ସହରରେ କିଛି ସ୍ଥାନ ମାନଙ୍କରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ରେକର୍ଡ କରାଯାଇଛି।
ତରଙ୍ଗାୟିତ ବାୟୁ ପ୍ରଭାବରେ କୋରାପୁଟ ରେ ୫୫. ୪ ମିଲିମିଟର ବର୍ଷା ମଧ୍ୟ ରେକର୍ଡ କରାଯାଇଛି। ପୁରୀ ଠାରେ ୧୫.୮ ମିଲି ମିଟର ଓ ମାଲକାନଗିରି ର ମଇଥାଲି ଠାରେ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ତରଙ୍ଗାୟୀତ ବାୟୁ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ,କୋରାପୁଟ , ରାୟଗଡ଼ା, ଗଞ୍ଜାମ ଓ ଗଜପତି ତାହା ସହ ନବରଙ୍ଗପୁର କିଛି ସ୍ଥାନ ମାନଙ୍କରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା କାଲି ଠାରୁ ପାଗ ମଧ୍ୟ ଶୁଖିଲା ରହିବ। ତାପମାତ୍ରା ରେ ବିଶେଷ ମଧ୍ୟ ପରିବର୍ତ୍ତନ ହେବାର ନାହିଁ ଆଉ ଏହା ଏବେ କୁହା ଯାଉଛି। ଗୋଟେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି।
ଯାହାକି ୨୬ ତାରିଖ ବେଳକୁ ଆଣ୍ଡମାନ ସାଗରରୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ମଧ୍ୟ ରହିଛି। ଏବଂ ଦକ୍ଷିଣ ଆଣ୍ଡମାନ ସାଗର ନିକଟବର୍ତ୍ତୀ ଉପ ବଙ୍ଗୋପ ସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
୩୦ ତାରିଖ ବେଳକୁ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ଆହୁରି ଘନୀଭୂତ ହୋଇ ୨୯ ତାରିଖ ବେଳକୁ ଏହା ଏକ ଅବପାତ ବା ଡିପ୍ରେଶନ ର ରୂପ ନେବାର ସମ୍ଭାବନା ଅଛି।
ଏହି ବର୍ଷା କୁ ନେଇ ଲୋକମାନେ ମଧ୍ୟ ଚିନ୍ତିତ ହୋଇ ଯାଇଛନ୍ତି। ତେବେ ଏହି ବର୍ଷା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଜଣାଇବାକୁ ଭୁଲି ଯିବେ ନାହିଁ।