ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି ଖୋଜୁଥିଲେ, ତୁରନ୍ତ ଆବେଦନ କରନ୍ତୁ। ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଉଛି। ଆବେଦନ କରିବାର ଶେଷ ତାରିଖ ୨୪ ଜୁଲାଇ ୨୦୨୪ ରହିଛି। ଶେଷ ତାରିଖ ପୂର୍ବରୁ ଆବେଦନ କରିବାର ସୁଯୋଗ।
ପଦବୀ:-
-ସିନିଅର ଭାଇସ ପ୍ରେସିଡେଣ୍ଟ (ଆଇଏଏସ ଅଡିଟର) : ୨
-ଆସିଷ୍ଟାଣ୍ଟ ଭାଇସ ପ୍ରେସିଡେଣ୍ଟ (ଆଇଏଏସ ଅଡିଟର) : ୩
-ମ୍ୟାନେଜର : ୪
-ଡେପୁଟି ମ୍ୟାନେଜର : ୭
ଶିକ୍ଷାଗତ ଯୋଗ୍ୟତା :-
ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଆଇଟି, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ବିଟେକ ଡିଗ୍ରୀ କରିଥିବା ଜରୁରୀ। ସିନିଅର ଭାଇସ ପ୍ରେସିଡେଣ୍ଟ ପଦବୀ ପାଇଁ ସିଆଇଏସଏସପି ସାର୍ଟିଫିକେଟ ହେବା ଜରୁରୀ ଏବଂ ଡାଟା ପ୍ରାଇଭେସୀ ଷ୍ଟାଣ୍ଡାର୍ଡରେ ଜ୍ଞାନ ଥିବା ଜରୁରୀ। ସେହିପରି ମ୍ୟାନେଜର ପଦବୀ ପାଇଁ ସିଇଟଏଚ ସାର୍ଟିଫିକେଟ ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ଜରୁରୀ।
ବୟସ ସୀମା:-
ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୩୮ ରୁ ୫୦ ରହିଛି। ଭିନ୍ନ ଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ସୀମା ଧାର୍ଯ୍ୟ କରାଯାଇଛି।
ଆବେଦନ ପାଇଁ:-
ଆପଣ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏଥିପାଇଁ ଅଫିସିଆଲ ୱେବସାଇଟ sbi.co.in/web/careers. କୁ ଯାଇ ଆବେଦନ କରିପାରିବେ।
ଆବେଦନ ଶୁଳ୍କ:-
ଆବେଦନ କରିବା ପାଇଁ ଜେନେରାଲ, EWs ଓବିସି ପ୍ରାର୍ଥୀ ୭୫୦ ଟଙ୍କା ଦେବାକୁ ହେବ। ସେହିପରି ଅନୁସୂଚିତ ଜାତି/ଜନଜାତି, ଦିବ୍ୟାଙ୍ଗ ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ।