ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବାତ୍ୟା "ଅସନା"କୁ ନେଇ ଚାଲିଛି ଚର୍ଚ୍ଚା। ବାତ୍ୟା "ଅସନା" ଭୟଙ୍କର ରୂପ ନେଇଥିବା ବେଳେ ତା ପ୍ରଭାବରେ ତାଣ୍ଡବ ରଚୁଛି ବର୍ଷା। ଏତେ ପରିମାଣରେ ବର୍ଷା ହେଉଛି ଯେ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଭୟାବହ ସ୍ଥିତି ଉପୁଜିଛି। ବନ୍ୟା ପାଣିରେ ଭାସୁଛି ଏହି ସବୁ ରାଜ୍ୟ। ଏପର୍ଯ୍ୟନ୍ତ ବାତ୍ୟା "ଅସନା" ପ୍ରଭାଵରେ ୨୭ ଜଣଙ୍କ ମୃ-ତ୍ୟୁ ହେଇଥିବା ବେଳେ ଏବେବି ଶହ ଶହ ଲୋକ ନିଖୋଜ ଅଛନ୍ତି ଯାହାରକି ପତା ମିଳୁନି। ବର୍ତ୍ତମାନ ସମୟରେ ଆରବ ସାଗରେରେ ସମ୍ଭାବ୍ୟ ବାତ୍ୟାର ବିପଦ ରହିଛି। ତେବେ ଲଗାତାର ବର୍ଷା ହେବା କାରଣରୁ ଅନେକ ସହରର ସ୍ଥିତି ପୁରା ଖରାପ ହେଇପଡ଼ିଛି।
ତେବେ ବାତ୍ୟା ଭୟରେ ଅଢେଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାସାରିଲାଣି। କିନ୍ତୁ ତଥାପି ବିପଦ ହଟୁନି। ଆସନ୍ତା ୧୨ ଘଣ୍ଟାରେ ପ୍ରବଳ ବର୍ଷା ନେଇ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଉ ସେପଟେ ଡେଞ୍ଜର ଜୁନରେ ରହିଛି ଓଡ଼ିଶା। ମାଡ଼ି ଆସୁଛି ବଡ ବର୍ଷା ଯାହା ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ତେଲେଙ୍ଗାନା ଭଳି ସ୍ଥିତି ଉପୁଜୁ ପାରେ ବୋଲି ଆକଳନ କରାଯାଉଛି। ଗୋଟେ ପେଟ ଓଡ଼ିଶାର ପିଛା ଛାଡୁନି ଲଘୁଚାପ। ଗୋଟେ ପରେ ଗୋଟେ ଲଘୁଚାପ ମାଡ଼ି ଆସୁଛି। ତେବେ ୫ ତାରିଖରେ ବଙ୍ଗୋପସାଗର ସୃଷ୍ଟି ହେବ ଲଘୁଚାପ।
ପଶ୍ଚିମକେନ୍ଦ୍ର ଉତ୍ତରପଶ୍ଚିମବଙ୍ଗ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯାହା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ। ଦକ୍ଷିଣରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ୮ ତାରିଖ ଯାଏଁ ବର୍ଷା ପାଇଁ ଆର୍ଲଟ ଜାରି କରାଯାଇଛି। ତେବେ ଲଗାତାର ୨ ରୁ ୩ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେଇଥିବା ଆପଣ ମାନେ ଦେଖି ପାରୁଥିବେ। ତେବେ ପାଣିପାଗରେ ଧିରେ ଧିରେ ପରିବର୍ତ୍ତନ ହେଉଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ଦେଖିବାକୁ ଗଲେ ଆସନ୍ତା ୬ ତାରିଖରେ ପ୍ରବଳ ସହ ବର୍ଷା ବିଜୁଳି ଘଡଘଡି ପାଇଁ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାରିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଏହି ଲଘୁଚାପ ଜନିତ ବର୍ଷା ୭ ରୁ ୮ ତାରିଖ ଯାଏଁ ଲାଗି ରହିବ। ଏହାକୁ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ।