Sep 22, 2024, 15:48 IST

ମାଡ଼ି ଆସୁଛି ଭୟଙ୍କର ଲଘୁଚାପ ପ୍ରଭାବିତ ହେବେ ଏହିସବୁ ଜିଲ୍ଲା ଦେଖନ୍ତୁ ଆସିଲା ବଡ଼ ଖବର

Fd

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗ ବିଷୟରେ କିଛି ଖବର ଆସିଛି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଇପାରିବେ । ଏବେ ଓଡ଼ିଶାକୁ ବିପଦ ଅଛି ବୋଲି ସୂଚନା ମିଳୁଛି । ସାବଧାନ ତାଣ୍ଡବ ରଚିବ ଭୟଙ୍କର ଲଘୁଚାପ । ବଜ୍ରପାତ ସହ ଘଡ଼ଘଡ଼ିକୁ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ପ୍ରବଳ ବର୍ଷା ହେବ ଆଉ ଏହି ବର୍ଷାରେ କିଛି ଜିଲ୍ଲା ଧୋଇ ଯିବ ।
Df
ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ଉଚ୍ଚା ସ୍ଥାନକୁ ଯାଆନ୍ତୁ ବୋଲି ପ୍ରଶାସନ ଅନୁରୋଧ କରିଛି । ଭୟଙ୍କର ରୂପ ନେଇ ଆଉ ଏକ ବଡ ଲଘୁଚାପ ମାଡ଼ି ଆସୁଛି । ଆସନ୍ତା କାଲି ସକାଳୁ ସକାଳୁ ବର୍ଷାର ତାଣ୍ଡବ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି । ଲଗାଣ ବର୍ଷା ହେବ ଆଉ ଏହି କାରଣରୁ ନଦୀ ଗୁଡ଼ିକ ଫୁଲି ଉଠିବ ଆଉ ଏନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ । ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ନେଇ ଥଇଥାନ କରିବାକୁ ଆସିଲା ସତର୍କ ସୂଚନା । 
Hh
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୩ ତାରିଖରେ ଲଘୁଚାପର ରୂପ ନେବ ବୋଲି ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଜଣାପଡିଛି । ସ୍ଥାନେ ସ୍ଥାନେ ବର୍ଷା ସହ ଘଡଘଡି ହେବ ବୋଲି ଆଶଙ୍କା କରାଯାଉଛି । ଆଉ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଇଛି । ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ହେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଦେଇଥିବା ସୂଚନା ଅନୁସାରେ ଆଗାମୀ ୨୩ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୭ ରୁ ୧୧ ସେମିର ବର୍ଷା ହୋଇପାରେ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସହ ଘଡଘଡି ହେବ । ୨୫ ତାରିଖରେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Advertisement