Jul 31, 2024, 16:33 IST

ମାଡ଼ି ଆସିବ ପ୍ରବଳ ପାଣି ଦେଖନ୍ତୁ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା ନହେଲେ ପରେ ପସ୍ତେଇବେ

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିଠୁ ପୁଣି ବଢିବ ବର୍ଷାର ପରିମାଣ। ଆଗୁଆ ସତର୍କ କରୁଛନ୍ତି ବିଶେଷଜ୍ଞ। ହେବ ଭୟଙ୍କର ଜଳ ପ୍ରଳୟ। ଯାହାଫଳରେ ୪ ଜିଲ୍ଲାରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। ମୌସୁମୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଉତ୍ତରରୁ ଦକ୍ଷିଣ ପୂର୍ବରୁ ପଶ୍ଚିମ ସବୁଠି ଜାରି ରହିଛି ବର୍ଷା। ଲଗାଣ ବର୍ଷା ଜଳ ପ୍ରଳୟ ସୃଷ୍ଟି କରିଛି। ପ୍ରବଳ ବର୍ଷାରେ କୋଉଠି ରାସ୍ତା ବୁଡି ଯାଉଛି ତ ଆଉ କେଉଁଠି ଘର ବୁଡି ଯାଉଛି। 
Hb
ଏବେ ବି ପାଣି ଘେରରେ ରହିଛି ଅଧା ଓଡ଼ିଶା। ତଥାପି ବର୍ଷା କମିବାର ନାଁ ଧରୁନି। ଦିନକୁ ଦିନ ବଢ଼ି ଚାଲିଛି ବର୍ଷାର ପରିମାଣ। ଗୋଟେ ପରେ ଗୋଟେ ଲଘୁଚାପ ଦାନା ବନ୍ଧୁଥିବା ବେଳେ ଓଡ଼ିଶାରେ ପୁଣି ଜଳ ପ୍ରଳୟ ସୃଷ୍ଟି ହେବାକୁ ଯାଉଛି। ବଙ୍ଗପୋସାଗରରେ ଘୂର୍ଣ୍ଣିବଳୟ ରୂପ ନେବ ଲଘୁଚାପ। ଯାହାଫଳରେ ଆଜିଠୁ ବଢିବ ବର୍ଷାର ପରିମାଣ। ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। 
Gg
ଓଡିଶାର ଅନେକ ସ୍ଥାନରେ ବର୍ତ୍ତମାନ ବର୍ଷା ଲାଗି ରହିଛି। ଏବଂ ଅଗଷ୍ଟ ୪ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି। ତେବେ ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ୟୋଲ ୱାରିଙ୍ଗ ଜାରି କରାଯାଇଛି। ସୁନ୍ଦରଗଡରୁ ବଲାଙ୍ଗୀର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ସମୁଦାୟ ବର୍ଷା ୧୦୦ ରୁ ୧୫୦ ମିଲି ମିଟର ହେବାକୁ ଥିବାବେଳେ ସମ୍ବଲପୁର ସବୁଠାରୁ ଅଧିକ ବର୍ଷା ହେଇପାରେ। 
ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ପୂର୍ବାହ୍ନ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଏବଂ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ସେହିପରି ୪ ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କା ରହିଛି। ତେବେ ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି।

Advertisement