ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ପାଣିପାଗ ବିଷୟରେ ଆସୁଥିବା ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଏବେ ପାଣିପାଗକୁ ନେଇ ଆସିଛି ଏହି ଖବର । ସାବଧାନ ହୋଇଯାଆନ୍ତୁ ସମସ୍ତେ କାରଣ ଦାନା ବାନ୍ଧୁଛି ଲଘୁଚାପ ।
ଆଜି ଠିକ୍ ସନ୍ଧ୍ୟା ସମୟରୁ ଏହାର ପ୍ରଭାବ ଦେଖିବାକୁ ମିଳିବ । ସୁ ସୁ କରି ମାଡ଼ି ଆସିବ ଆଉ ଗାଁ ଗଣ୍ଡା ଛିନ୍ ଛତର କରିଦେବ । ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍ । କିଛି ଘଣ୍ଟା ଭିତରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ । ଏବେ ଚିନ୍ତା ଘାରିଲାଣି ଲଘୁଚାପ । ଏବେ ପଛକୁ ପଛ ଆସିଲାଣି ଲଘୁଚାପ । ଲଘୁଚାପ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ଏବେ ମଧ୍ୟ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେଉଛି । ଆଉ ଏହି ସବୁ ଜିଲ୍ଲାରେ ବର୍ଷା ହେବା ଫଳରେ ଅନେକ ଅଞ୍ଚଳ ଏବେବି ଜଳମଗ୍ନ ହୋଇ ଅଛି ।
ବର୍ଷା ପାଣି ସାଙ୍ଗକୁ ବନ୍ୟା ଜଳରେ ବନ୍ଦୀ ହୋଇଛି ଅନେକ ଜିଲ୍ଲା । ଏବେ ପରିସ୍ଥିତିରେ ସୁଧାର ଆସି ନଥିବା ବେଳେ ପୁଣି ଏକ ଲଘୁଚାପ ଆସିବା ନେଇ ଆସିଛି ଖବର । ଏହି ଖବର ଶୁଣି ଏବେ ସମସ୍ତଙ୍କ ଛାତିରେ ଛନକା ପଶିଲାଣି । ଏବେ ଅଶାନ୍ତ ହୋଇଗଲାଣି ସମୁଦ୍ର । ଭୟଙ୍କର ରୂପ ନେବ ବର୍ଷା । ସତେ ଯେପରି ପ୍ରଳୟ ରଚିବ । ଏହି ଲଘୁଚାପ ପାଇଁ ୧୭ ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି । ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଯଥାଶୀଘ୍ର ଉଚ୍ଚ ସ୍ଥାନକୁ ଯିବା ପାଇଁ ମଧ୍ୟ କୁହାଯାଇଛି ।
ଏବେ ଲୋକମାନଙ୍କୁ ସତର୍କ କରାଇ ଦିଆଯାଇଛି । ଗତ କାଲିର ବର୍ଷା ସମସ୍ତଙ୍କୁ ଚମକାଇ ଦେଇଛି । କିଛି ନଥିଲା ଆଉ ହଠାତ୍ ବର୍ଷା ହେଲା । ଠିକ୍ ସେହିଭଳି ହେବ ବୋଲି ଜଣାପଡିଛି । ଏବେ ମୌସୁମୀ ଆସିଛି । ଆଉ ସବୁ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା କାଲି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆଉ ଏହି ଲଘୁଚାପ ଭୟଙ୍କର ରୂପ ନେବ । କିଛି ସ୍ଥାନରେ ଏହି କାରଣରୁ ପ୍ରବଳ ବର୍ଷା ହେବା ସହିତ କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏନେଇ ଏବେ ସତର୍କ ସୂଚନା ଜାରି କରାଯାଇଛି ।